ଭୁବନେଶ୍ୱର: ପର୍ଯ୍ୟଟକଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟର ମନୋରମ ଦୃଶ୍ୟର ମଜା ଦେବା ପାଇଁ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଗୁରୁବାର ଜଙ୍ଗଲ ସଫାରି ଶୁଭାରମ୍ଭ ହୋଇଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହି ଜଙ୍ଗଲ ସଫାରିକୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଓଡ଼ିଶା ପ୍ରିନ୍ସପାଲ ମୁଖ୍ୟ ବନ ସଂରକ୍ଷକ ଡ. ସନ୍ଦୀପ ତ୍ରିପାଠୀ ଓ ଅନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ସାଈ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀମାନେ ଏକ ଶିବିରରେ ଯୋଗ ଦେଇଥିଲେ।
/sambad/media/post_attachments/wp-content/uploads/2019/03/Chandaka-300x198.jpg)
ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମ୍ସିଏଲ୍ ଏବଂ ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲ୍କୋ)ର ସାମାଜିକ ଉତ୍ତର ଦାୟିତ୍ୱ (ସିଏସଆର) ପାଣ୍ଠି ଦ୍ୱାରା ପ୍ରଦତ୍ତ ଜଙ୍ଗଲ ସଫାରି ଗାଡ଼ିରେ ୮ଟି ସିଟ ଅଛି। ପର୍ଯ୍ୟଟକମାନେ ଏହି ସଫାରିର ସୁବିଧା ପୂର୍ବାହ୍ନ ୬ଟାରୁ ୧୦ଟା ଏବଂ ସନ୍ଧ୍ୟା ୪ଟାରୁ ୬ଟା ଯାଏଁ ୨୦୦୦ ଟଙ୍କା ଭଡ଼ାରେ ବୁଲି ପାରିବେ। ଏଥି ପାଇଁ ପର୍ଯ୍ୟଟକମାନେ ଅନ୍ଲାଇନ୍ ୱେବସାଇଟ୍ www.ecotourodisha.com ମାଧ୍ୟମରେ ବୁକିଂ କରିପାରିବେ।
ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ତା’ର ପ୍ରାକୃତିକ ସୌନ୍ଦଯ୍ୟ ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବିସ୍ତିର୍ଣ୍ଣ ଜଙ୍ଗଲରେ ବହୁ ସଂଖ୍ୟାରେ ଜୀବଜନ୍ତୁ ଚଳପ୍ରଚଳ କରୁଛନ୍ତି। ହାତୀ, ହରିଣ, ବାରାହା, ନେଉଳ, ମୟୂର, ବଣ ବିଲେଇ, ଠେକୁଆ, ଅଜବର ଆଦି ଜୀବଜନ୍ତୁ ଏହି ଅଭୟାରଣ୍ୟ ଭିତରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Chandaka1.jpg)