କଟକ: କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟ, ଓଡ଼ିଶା ମୁଖ୍ୟ ସୁଶ୍ରୀ ସନ୍ଧ୍ୟାରାଣୀ ମଲ୍ଲିକ ‘ଜାନକୀବଲ୍ଲଭ ସେବା ସମ୍ମାନ’, ପ୍ରଫେସର ଡାକ୍ତର ସୁଦର୍ଶନ ପଟ୍ଟନାୟକ ‘ଜାନକୀବଲ୍ଲଭ ସାହିତ୍ୟ ସମ୍ମାନ’ ଓ ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ‘ଜାନକୀବଲ୍ଲଭ ସାମ୍ବାଦିକ ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି। ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ଆସନ୍ତା ୨୧ତାରିଖ ରବିବାର ସନ୍ଧ୍ୟା ସାଢ଼େ ୬ଟାରେ କଟକର ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳାଭବନରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନବମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭା ଅବସରରେ ଏହି ତିନି ଜଣ ପ୍ରତିଭାଙ୍କୁ ସମ୍ମାନିତ କରାଯିବ। ଏହି ଶ୍ରାଦ୍ଧବାର୍ଷିକୀ ସମାରୋହରେ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ଅଧ୍ୟକ୍ଷତା କରିବେ ଓ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ବିଚାରପତି ଜଷ୍ଟିସ ବୀରକିଶୋର ମିଶ୍ର ଯୋଗଦେବେ। ଏହି ସମାରୋହରେ ବିଶିଷ୍ଟ ଚିନ୍ତକ ହରପ୍ରସାଦ ଦାସ ‘ଜାନକୀବଲ୍ଲଭ ସ୍ମାରକୀ ବକ୍ତୃତା’ ପ୍ରଦାନ କରିବେ ବୋଲି ପ୍ରତିଷ୍ଠାନର ସାଧାରଣ ସଂପାଦକ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ସୂଚନା ଦେଇଛନ୍ତି।
ଜାନକୀବଲ୍ଲଭଙ୍କ ନବମ ଶ୍ରାଦ୍ଧବାର୍ଷିକୀ ୨୧ରେ: ସନ୍ଧ୍ୟାରାଣୀ, ସୁଦର୍ଶନ, ବିରୁପାକ୍ଷ ପାଇବେ ସ୍ମାରକୀ ସମ୍ମାନ
/sambad/media/post_attachments/wp-content/uploads/2024/04/gdjgdjjdggjgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)