ନିଆରା ଢଙ୍ଗରେ ପାଳିଲେ ଜନ୍ମାଷ୍ଟମୀ ଉତ୍ସବ

ଭୁବନେଶ୍ବର: ସ୍ଥାନୀୟ ପଟିଆର କ୍ରିଷ୍ଟାଲରେ ନିଆରା ଢଙ୍ଗରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଉଛି। ପ୍ରଭୁ ଶ୍ରୀ କୃଷ୍ଣଙ୍କ ଜନ୍ମ ହେବା ପରେ ବହୁ ଆଡମ୍ବରରେ ମାଖନ, ଦହି, ମହୁ,ଗୋଲାପ ଜଳ, ପଞ୍ଚାମୃତ, ଜଳ ବିଭିନ୍ନ ପ୍ରକାରର ଫଳରେ ଅଭିଷେକ କରାଯାଉଛି । ଏହା ପରେ ୫୬ ପ୍ରକାଶ ମିଠା ଭୋଗ କରିବା ସହ ସ୍ବତନ୍ତ୍ର ପୋଡ଼ପିଠା ଭୋଗ ଲାଗି କରାଯାଇଛି । ଶାନ୍ତ ପରିବେଶ ଭିତରେ ଶ୍ରଦ୍ଧାଳୁମାନେ ବାଜା ବଜାଇବା, ଶଙ୍ଖ ଫୁଙ୍କି ସଂଗୀତ ଗାଇବା ସହ ସମସ୍ତଙ୍କ ତୁଣ୍ଡରେ ହରେକୃଷ୍ଣ ନାମ ଧରି ଆରଧନା କରୁଛନ୍ତି ।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଗୁରୁବାର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଇସ୍କନ ମନ୍ଦିରରେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର