ଏକାମ୍ରରେ ଜନ ସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୬୭ସୁନ୍ଦରପଦା ଅଞ୍ଚଳରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୋଭଯାତ୍ରାରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ବିଷୟରେ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହି ପଦଯାତ୍ରା ଆରମ୍ଭ ହୋଇଥିଲା। ଆଜି ଜନସମ୍ପର୍କ ପଦଯାତ୍ରାର ଶେଷ ଦିନରେ ମେୟର ସୁଲୋଚନା ଦାସ, ଓଡ଼ିଶା ଅଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ୍‌ ଉପାଧ୍ୟକ୍ଷ ସନ୍ତୋଷ ବେଜ, ଜିଲ୍ଲା ମହିଳା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର, ଜିଲ୍ଲା ଯୁବସଭାପତି ସମରେଶ ବେଉରା, କର୍ପୋରେଟର୍‌ ବିରଞ୍ଚି ନାରାୟଣ ମହାସୂପକାର, ମହାମାୟା ସ୍ୱାଇଁ, ଶିବପ୍ରସାଦ ରାୟ, ପୂର୍ବତନ କର୍ପୋରେଟର୍‌ କୃଷ୍ଣ ସେଠୀ, ନିରୁପମା ଦାସ, ହୃଦୟବଲ୍ଲଭ ସାମନ୍ତରାୟ, ଛବୀନ୍ଦ୍ର ଜେନା, ମଣ୍ଟୁ ନନ୍ଦ, ଜିତେନ୍ଦ୍ର ନନ୍ଦ, ତପନ ରାଉତରାୟ, ନିହାର ଚମ୍ପତି, ପ୍ରଶାନ୍ତ ପ୍ରଧାନ, ଶେଖ୍ ଅସଫର ଇକୱାଲ, ଶେଖ୍ ଅହମଦ ଅଲ୍ଲୀ, ଦୀପ୍ତି ନନ୍ଦ, ବିଶ୍ୱଜିତ୍ ଦାସ, ଯୀଶୁ ଚମ୍ପତ୍ତି, ସୁନୀଲ ଚମ୍ପତ୍ତି, ସନ୍ତୋଷ ପ୍ରଧାନ, ରଶ୍ମି ରଞ୍ଜନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର