ଚନ୍ଦ୍ରଶେଖରପୁର: କିଟ୍ ବିଶ୍ୱବିଦ୍ୟାଳୟରେ ଚଳିତ ମାସ ୧୬ ଓ ୧୭ ଦୁଇଦିନ ଧରି ନିପନ୍ ଟକିଜ୍ ଜାପାନୀ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହେବ। କିଟ୍ ସ୍କୁଲ୍ ଅଫ୍ ଫିଲ୍ମ ଆଣ୍ଡ୍ ମିଡିଆ ସାଇନ୍ସେସ୍ ଏବଂ କିଟ୍ ସ୍କୁଲ୍ ଅଫ୍ ମାସ୍ କମ୍ୟୁନିକେସନ୍ ପକ୍ଷରୁ ଜାପାନ୍ ଫାଉଣ୍ଡେସନ୍ ଓ କୋଲକାତା ସ୍ଥିତ ଜାପାନ କନ୍ସୁଲେଟ୍ ଜେନେରାଲ୍ଙ୍କ ସହଯୋଗରେ ଏହି ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହେବ। ୧୬ ତାରିଖରେ ଏହି ଚଳଚ୍ଚିତ୍ର ଉତ୍ସବକୁ ଜାପାନ କନସୁଲ୍ ଜେନେରାଲ୍ ମାସାୟୁକି ଟାଗା ଏବଂ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଦିନ ଦୁଇଟି ଚଳଚ୍ଚିତ୍ର ‘ଦ ଲେଟର’ ଏବଂ ‘ସୁଇଙ୍ଗ୍ ଗାର୍ଲ୍ସ’ ପ୍ରଦର୍ଶିତ ହେବାକୁ ଥିବାବେଳେ ୧୭ ତାରିଖରେ ‘ଦ ଗାର୍ଡେନ ଅଫ୍ ୱାର୍ଡ୍ସ’ ଓ ‘ଥର୍ମେ ଓ ରୋମେ’ ପ୍ରଦର୍ଶିତ ହେବ।