‘କିସ୍‌’ରୁ ଆରମ୍ଭ ହେଲା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଟିକାକରଣ

ଚନ୍ଦ୍ରଶେଖରପୁର : ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ (ଜେଇ)ର ସହରସ୍ତରୀୟ ଟିକାକରଣ ପ୍ରକ୍ରିୟା କିସ୍‌’ରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏନେଇ ଆଜି କିସ୍‌ ପରିସରରେ ଅନୁଷ୍ଠିତ ଏକ ଉତ୍ସବରେ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଓ ୫୦ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ପର୍ଯ୍ୟାୟରେ କିସ୍‌’ର ୨୦ଜହାର ଛାତ୍ରଛାତ୍ରୀଙ୍କୁ ଏହି ଟିକା ପ୍ରଦାନ କରିଥିଲେ। କିସ୍‌’ରୁ ଆରମ୍ଭ ହୋଇଥିବା ଏହି ଟିକାକରଣ ପ୍ରକ୍ରିୟା ପରବର୍ତ୍ତୀ ପର୍ଯ୍ୟାରେ ରାଜଧାନୀର ସମସ୍ତ ସ୍କୁଲ୍‌ରେ କରାଯିବ ବୋଲି ମେୟର ଶ୍ରୀ ଜେନା ସୂଚନା ଦେଇଛନ୍ତି। ପ୍ରଥମେ ସ୍କୁଲ୍‌ ଓ ପରେ ବସ୍ତିଗୁଡ଼ିକରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଘରକୁ ଘର ବୁଲି ସମସ୍ତ ପିଲାଙ୍କୁ ଏହି ଟିକା ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ କିସ୍‌’ର ସଂପାଦକ ଆର୍‌ଏନ୍‌ ଦାସ, ସିଇଓ ପ୍ରଶାନ୍ତ ରାଉତରାୟ ଏବଂ ସିଓଓ ସୂର୍ଯ୍ୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର