ଜାପାନୀ ଚଳଚ୍ଚିତ୍ର ଉତ୍ସବ ଉଦ୍‌ଘାଟିତ

ଚନ୍ଦ୍ରଶେଖରପୁର : କିଟ୍‌ ବିଶ୍ୱବିଦ୍ୟାଳୟରେ ଆଜି ଜାପାନୀ ଚଳଚ୍ଚିତ୍ର ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ନିପନ୍‌ ଟକିଜ୍‌ ଜାପାନ, କିଟ୍‌ ସ୍କୁଲ୍‌ ଅଫ୍‌ ଫିଲ୍ମ ଆଣ୍ଡ ମିଡିଆ ସାଇନ୍‌ସେସ୍‌ ଏବଂ କିଟ୍‌ ସ୍କୁଲ୍‌ ଅଫ୍‌ ମାସ୍‌ କମ୍ୟୁନିକେସନ୍‌ ପକ୍ଷରୁ ଜାପାନ୍‌ ଫାଉଣ୍ଡେସନ୍‌ ଓ କୋଲକାତାସ୍ଥିତ ଜାପାନ କନ୍‌ସୁଲେଟ୍‌ ଜେନେରାଲ୍‌ଙ୍କ ସହଯୋଗରେ ଏହି ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହେଉଛି।

ଆଜିର ଉଦ୍‌ଘାଟନୀ ଉତ୍ସବରେ ଜାପାନ କନସୁଲ୍‌ ଜେନେରାଲ୍‌ ମାସାୟୁକି ଟାଗା ଏବଂ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅତିଥିଭାବେ ଯୋଗଦେଇ ଉତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ବିଭିନ୍ନ ଚଳଚ୍ଚିତ୍ରର କାହାଣୀ ଉପରେ ଆଲୋପାତ କରିଥିଲେ। ଆଜି ପ୍ରଥମ ଦିନରେ ‘ଦି ଲେଟର୍‌’ ଏବଂ ‘ସୁଇଙ୍ଗ୍‌ ଗାର୍ଲ୍ସ’ ପ୍ରଦର୍ଶିତ ହୋଇଥିଲା। ଶତାଧିକ ଛାତ୍ରଛାତ୍ରୀ କିଟ୍‌’ କ୍ୟାମ୍ପସ୍‌-୭ର ପ୍ରେକ୍ଷାଳୟରେ ବଡ଼ ପରଦାରେ ଚଳଚ୍ଚତି୍ରକୁ ଦେଖିବାର ମଜା ଉଠାଇଥିଲେ। ଶନିବାର ଦିନ ଦ’ଗାର୍ଡେନ ଅଫ୍‌ ଓ୍ଵାର୍ଡ଼୍ସ ଓ ଥର୍ମେ ଓ ରୋମେ’ ପ୍ରଦର୍ଶିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର