ଯଶୋଦା ମା’ ଫାଉଣ୍ଡେସନ ଆନୁକୂଲ୍ୟରେ ବରିଷ୍ଠ ନାଗରିକଙ୍କ ଜଗନ୍ନାଥ ଦର୍ଶନ କାର୍ଯ୍ୟକ୍ରମ

ଭୁବନେଶ୍ବର:  ଯଶୋଦା ମା’ ଫାଉଣ୍ଡେସନ ତରଫରୁ ବିଶିଷ୍ଟ ଶିକ୍ଷାବିତ ଡ଼ ଧରିତ୍ରୀ ମହରଥା ଏବଂ ପ୍ରକାଶ କୁମାର ରାଉତଙ୍କ ସହଯୋଗ କ୍ରମେ ଚନ୍ଦ୍ରଶେଖରପୁର ଅଞ୍ଚଳର ୨୫ ଜଣ ବୟସ୍କ ପୁରୁଷ ଓ ମହିଳାଙ୍କୁ ପୁରୀ ଭ୍ରମଣ, ଜଗନ୍ନାଥ ଦର୍ଶନ କଯାଯିବା ସହ ମହାପ୍ରସାଦ ସେବନ ଲାଗି ବ୍ୟବସ୍ଥା କରାଯାଇଛି। ଏହି ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ମାଗଣାରେ ଵା ବିନା ଶୁଳ୍କରେ କରାଯାଇଥିଲା । ଏହି ୨୫ ଜଣ ବରିଷ୍ଠ ନାଗରିକ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ସେବନ କରି  ଖୁବ୍ ଭାବବିହ୍ବଳ ହୋଇଯାଇଥିଲେ। ଆଗାମୀ ଦିନରେ ଏହିଭଳି ପ୍ରୟାସ କରାଯିବ ବୋଲି ସମାଜସେବୀ ନିବେଦିତା ଲେଙ୍କା ଗଣମାଧ୍ୟମକୁ ଜଣାଇଥିଲେ। ଏଥିରେ ଯୁବସମାଜସେବୀ ପ୍ରତ୍ୟୁଷ ଭଞ୍ଜ ସହଯୋଗ କରିଥିଲେ। ଫାଉଣ୍ଡେସନର କର୍ମକର୍ତ୍ତାଙ୍କର ସହଯୋଗରେ ଏହି  ସୁନ୍ଦର କାର୍ଯ୍ୟକ୍ରମ ସଫଳ ହୋଇପାରିଛି।

ସମ୍ବନ୍ଧିତ ଖବର