ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ଯଶୁଆପୁର ସ୍କୁଲ ଖେଳପଡ଼ିଆ ପରିସରରେ ଦ୍ବିତୀୟ ଯଶୁଆପୁର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦେବରାୟ କଲେଜ୍ର ଅଧ୍ୟକ୍ଷ ଡ. ରଜନୀ ରଞ୍ଜନ ଦାଶଙ୍କ ସଭାପତିତ୍ବରେ ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ ସନ୍ଧ୍ୟାକୁ ଉଦ୍ଘାଟନ କରିଥିଲେ ଗବେଷକ ପ୍ରଫୁଲ ଚନ୍ଦ୍ର ତ୍ରିପାଠୀ। ପୂର୍ବତନ ଜିଲ୍ଲାପାଳ ଦିଗମ୍ବର ମହାନ୍ତି, ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ସୁକାନ୍ତ କୁମାର ସାହୁ, ବରିଷ୍ଠ ବିଜ୍ଞାନ ଶିକ୍ଷକ ନାରାୟଣ ବେହେରା, ଅଭିନେତ୍ରୀ ପିଙ୍କି ପ୍ରିୟଦର୍ଶିନୀ, ଅଭିନେତା ଜ୍ୟୋତିପ୍ରକାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ, ଗୋଟିପୁଅ ନୃତ୍ୟ ମୁଖ୍ୟ ଆକର୍ଷଣ ଥିଲା। କମିଟି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ରଂଜନ କୁମାର ମହାପାତ୍ର, ସମାଜସେବୀ ନାରାୟଣ ପଣ୍ଡା ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଯଶୁଆପୁର ମହୋତ୍ସବ ଉଦଯାପିତ
/sambad/media/post_attachments/wp-content/uploads/2019/02/jasuapur-mahotsav.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)