ଯଶୁଆପୁର ମହୋତ୍ସବ ଉଦ୍‌ଘାଟିତ: ଆମ ସଙ୍ଗୀତ, ଆମ ନୃତ୍ୟ ମିଠା ମିଠା

ବାଲିଅନ୍ତା,: ଯଶୁଆପୁର ମହୋତ୍ସବ ଆଜି ଉଦ୍‌ଘାଟିତ ହୋଇଯାଇଛି। ବିଧାୟକ ଅରବିନ୍ଦ ଢାଲି ମୁଖ୍ୟ ଅତିଥି, ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ବରିଷ୍ଠ ବିଜେଡି ନେତା ଅରୂପ ପଟ୍ଟନାୟକ, ଅଚ୍ୟୁତାନନ୍ଦ ପାତ୍ର ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ରଜନୀ ରଞ୍ଜନ ଦାଶ, ଶିକ୍ଷାବିତ୍‌ ବିଧୁଭୂଷଣ ପଟ୍ଟନାୟକ, କବି ପୂର୍ଣ୍ଣଚନ୍ଦ୍ର ମହାରଣା ଓ ପ୍ରଧାନ ଶିକ୍ଷକ ନାରାୟଣ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ଓ ତାଙ୍କ ସାଥୀ ଶିଳ୍ପୀମାନେ ସମବେତ କଣ୍ଠରେ ‘ଆମ ସଙ୍ଗୀତ, ଆମ ନୃତ୍ୟ ମିଠା ମିଠା’ ସଙ୍ଗୀତ ପରିବେଷଣ କରିଥିଲେ। ସଙ୍ଗୀତର ତାଳେ ତାଳେ ସାଥୀ ନୃତ୍ୟ ଶିଳ୍ପୀମାନଙ୍କର ଦଳଗତ ନୃତ୍ୟ ପରିବେଷଣ ସମସ୍ତଙ୍କୁ ତଲ୍ଲୀନ କରି ଦେଇଥିଲା। ଦ୍ବିତୀୟ ପ୍ରସ୍ତୁତିରେ କଟକର ବିଶ୍ବନାଥ ସଙ୍ଗୀତାଳୟର ଦୀକ୍ଷାଙ୍କା ରାଉତରାୟ ଓ ଆକାଙ୍‌କ୍ଷା ରାଉତରାୟ ପ୍ରମୁଖ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ଆଧାରିତ ଶିବସ୍ତୁତି ପରିବେଷଣ କରିଥିଲେ। ଏହି ପରିପ୍ରେକ୍ଷୀରେ ପଦ୍ମଶ୍ରୀ ବଟକୃଷ୍ଣ ସାହୁଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ଯଶୁଆପୁର ବିକାଶ ପରିଷଦ ତରଫରୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ପରିଷଦର ପ୍ରତିଷ୍ଠାତା ରଂଜନ ମହାପାତ୍ର ଧନ୍ୟବ‌ାଦ ଦେଇଥିଲେ।

ସମ୍ବନ୍ଧିତ ଖବର