ଜଟଣୀ ବାର୍‌ ଆସୋସିଏସନ୍‌ ନିର୍ବାଚନ ନିରଂଜନ ସଭାପତି, ବିଜୟ ସଂପାଦକ

ଜଟଣୀ: ଜଟଣୀ ବାର୍‌ ଆସୋସିଏସନ୍‌ର କର୍ମକର୍ତ୍ତା ନିର୍ବାଚିତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିରଞ୍ଜନ ପଣ୍ଡା ସଭାପତି ଓ ବିଜୟ କୁମାର ମହାପାତ୍ର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ପ୍ରଦୀପ ଜେନା ଉପସଭାପତି, ଭି. ନବୀନ କୁମାର ସହ‌ଯୋଗୀ ସମ୍ପାଦକ, ମାନସ କୁମାର ସୁବୁଦ୍ଧି କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଶ୍ରୀମନ୍ତ ମହାପାତ, ପ୍ରଦୀପ କୁମାର ମହାରଣା, ଋଷିକୁଲ୍ୟା ସାମନ୍ତରାୟ, ସୌଭାଗ୍ୟ କୁମାର ଜଗଦେବ, ହରପ୍ରସାଦ ବରାଳ, ରଶ୍ମିରଞ୍ଜନ ମହାନ୍ତି ନିର୍ବାଚିତ ହୋଇଛନ୍ତି।

ନିର୍ବାଚନକୁ ଆଇନଜୀବୀ ସାନୁଜ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ସୁବାସିନୀ ମହାରଥୀ ସହକାରୀ ନିର୍ବାଚନ ଅଧିକାରୀ କାର୍ଯ୍ୟ ତୁଲାଇଥିଲେ। ନିର୍ବାଚନରେ ସମସ୍ତେ ବିନା ପ୍ରତିନ୍ଦ୍ବନ୍ଦ୍ବୀରେ ନିର୍ବାଚିତ ହୋଇଥିବ‌ା ଆଇନଜୀବୀ ଅକ୍ଷାଂଶୁ ଶେଖର ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର