ଭୁବନେଶ୍ୱର : ଆଜିଠୁ ଖଣ୍ଡଗିରିରେ ଆରମ୍ଭ ହେବ ଯାତ୍ରା ମହାକୁମ୍ଭ। ମଇଦାନକୁ ଓହ୍ଲାଇବେ ୫ ଯାତ୍ରା ଦଳ। ମହତାବ ପେଣ୍ଡାଲ୍, ଘାଟିକିଆ ପଡ଼ିଆ, ଜାଗମରା ମେଳଣ ପଡ଼ିଆ, ବରମୁଣ୍ଡା ଦୁର୍ଗାମଣ୍ଡପ ପଡ଼ିଆ ଏବଂ ଖଣ୍ଡଗିରି କେସିଏ ପଡ଼ିଆରେ ଯାତ୍ରା ଜମିବ। ତେବେ ଏଥର କଳିଙ୍ଗ ପଡ଼ିଆରେ ପ୍ରଥମାର୍ଧରେ ଯାତ୍ରା ଦେଖିବାର ସୁଯୋଗ ମିଳିବନି। ସଚ୍ଚିଦାନନ୍ଦ ଗଣନାଟ୍ୟର ଅନୁପସ୍ଥିତି ଯୋଗୁଁ ଏହି ପଡ଼ିଆରେ କେବଳ କଳିଙ୍ଗ ଗଣନାଟ୍ୟ ୩୧ ତାରିଖରୁ ନାଟକ ମଞ୍ଚସ୍ଥ କରିବ।
/sambad/media/post_attachments/wp-content/uploads/2018/01/oriya-300x225.jpg)
ସେହିଭଳି କେସିଏ ପଡ଼ିଆରେ ଜୟ ଦୁର୍ଗା ସାଂସ୍କୃତିକ ପରିଷଦ ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା ଯାତ୍ରା ଗାଁ’ର ନାଟକ ୨୭ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏଥର ସ୍ୱତନ୍ତ୍ର ଟିକେଟ୍ ଦର ୨୦୦ ଟଙ୍କା ରହିଥିବା ବେଳେ ପ୍ରଥମ ଶ୍ରେଣୀର ଟିକେଟ୍ ୧୫୦ ଟଙ୍କା ଏବଂ ଦ୍ୱିତୀୟ ଶ୍ରେଣୀ ଟିକେଟ୍ ଦର ୧୦୦ ଟଙ୍କା ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/jatra-2.jpg)