ଭୁବନେଶ୍ବର: ସିଆର୍‌ପିଏଫ୍ କ୍ୟାମ୍ପସ୍‌ରେ ରହୁଥିବା ଯବାନ ରଘୁବୀର ମାହାତ୍ତୋଙ୍କ ପତ୍ନୀ ମାଳା ଦେବୀ(୩୫) ଗତକାଲି ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ବେକରେ ଚୁନ୍‌ରି ବାନ୍ଧି ସେ ଫ୍ୟାନ୍‌ରେ ଝୁଲିପଡ଼ିଥିବା ଜଣାପଡ଼ିଛି। ନୂଆପଲ୍ଲୀ ଥାନା ପୁଲିସ ମାଳାଙ୍କ ମୃତଦେହକୁ କ୍ୟାପିଟାଲ୍ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Advertisment

ପୁଲିସ ସୂଚନାନୁସାରେ ୪ ବର୍ଷ ପୂର୍ବେ ରଘୁବୀର ଛତିଶଗଡ଼ରୁ ବଦଳି ହୋଇ ଭୁବନେଶ୍ବର ଆସିଥିଲେ। ସେ ଷ୍ଟେନୋ ଇନ୍ସପେକ୍ଟର୍ ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘ ଦିନ ହେବ ମାଳା କୌଣସି କାରଣକୁ ନେଇ ମାନସିକ ଦୁଶ୍ଚିନ୍ତାରେ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ବୋଲି ସୂଚନା ଦେଇଛି।