ଭୁବନେଶ୍ୱର : ଭୋର ସାଢ଼େ ୪ଟା ବେଳେ ସିଆରପି ଛକରେ ବସ୍ରୁ ଓହ୍ଲାଇଲେ ଦମ୍ପତି। ଗଞ୍ଜାମ ନୂଆପଡ଼ାର ସୁନୀଲ ପଣ୍ଡା ପତ୍ନୀ ଓ ଝିଅଙ୍କ ସହ ଭୁବନେଶ୍ବରରେ ଥିବା ସମ୍ପର୍କୀୟଙ୍କ ଘରକୁ ଆସୁଥିଲେ। ସେମାନେ ବ୍ରିଟ୍ ନୂଆପଲ୍ଲୀ କଲୋନିକୁ ଚାଲି ଚାଲି ଆସୁଥିବା ବେଳେ ଦୁଇଟି ପଲସର ବାଇକ୍ରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କ ପାଖରେ ଗାଡ଼ି ଧିମା କରିଥିଲେ। ପଛରେ ବସିଥିବା ଜଣେ ଯୁବକ ତାଙ୍କ ବେକରୁ ଛିନ୍ତାଇ କରିବାକୁ ଉଦ୍ୟମ କରୁଥିବା ବେଳେ ସେହି ବସ୍ରୁ ଓହ୍ଲାଇ ତାଙ୍କ ପଛରେ ଚାଲି ଚାଲି ଆସୁଥିବା ୧୨୭ ସିଆରପିଏଫ ବାଟାଲିୟନର ଯବାନ ଟଙ୍କଧର ବେହେରା ସାହସିକତା ଦେଖାଇଥିଲେ।
ସୁନା ଚେନ୍ ଝାମ୍ପି ନେବା ବେଳକୁ ଟଙ୍କଧର ପଛରେ ବସିଥିବା ଯୁବକକୁ ମାଡ଼ି ବସିବାକୁ ଉଦ୍ୟମ କଲାବେଳେ ଦୁର୍ବୃତ୍ତ ଦ୍ବୟ ଖସି ଯିବାକୁ ସକ୍ଷମ ହୋଇଥିଲେ। ଏକ ନିଶ୍ଚିତ ଛିନ୍ତାଇରୁ ମହିଳା ଜଣକ ବର୍ତ୍ତି ଯାଇଥିଲେ। ପରେ ସୁନା ଚେନ୍କୁ ବେକରୁ ଓହ୍ଲାଇ ବ୍ୟାଗ୍ରେ ରଖିଥିଲେ। ଟଙ୍କଧର ନଥିଲେ ଅଘଟଣ ଅବଶ୍ୟମ୍ଭାବୀ ଥିବାରୁ ସେ ତାଙ୍କୁ ସାବାସୀ ଦେଇଥିଲେ। ଅନେକ ଜାଗାରେ ଲୋକଙ୍କ ଆଖି ଆଗରେ ଛିନ୍ତାଇ ହେଉଥିଲେ କେହି ଆସୁନଥିବା ବେଳେ ଯବାନ୍ଙ୍କ ଏଭଳି ଉଦ୍ୟମକୁ କେବଳ ସମ୍ପୃକ୍ତ ମହିଳା ନୁହନ୍ତି ବରଂ ଅନ୍ୟମାନେ ପ୍ରଶଂସା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/loot.png)