ଉତ୍କଳ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ଜୟଦେବ ସମାରୋହ

ଭୁବନେଶ୍ୱର : ଉତ୍କଳ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ଜୟଦେବ ସମାରୋହ ଆଜି ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ୩ଦିନ ବ୍ୟାପୀ ହେବାକୁ ଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉଦ୍‌ଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ନୃତ୍ୟଗୁରୁ ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି ଯୋଗ ଦେଇ ଓଡ଼ିଶୀ ନୃତ୍ୟର ବ୍ୟାକରଣ ସମ୍ବନ୍ଧରେ ଆଲୋକପାତ କରିଥିଲେ। ବ୍ୟାକରଣ ଓ ରାଗକୁ ଲିପିବଦ୍ଧ କରି ରଖି ପାରିଲେ ଆମ ସାହିତ୍ୟ ଓ ସଂସ୍କୃତିକୁ ଆମେ ବଞ୍ଚେଇପାରିବା ବୋଲି ସେ ମତବ୍ୟକ୍ତ କରିଛନ୍ତି।

ପ୍ରଥମ ସନ୍ଧ୍ୟାରେ କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ କଣ୍ଠ ସଂଗୀତ, ସିତାର, ବଂଶୀ, ତବଲା ଓ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଯାଇଛି। ପ୍ରଦୀପ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ ସଭାପତିତ୍ୱ କରିଥିବା ବେଳେ ଓ ବରିଷ୍ଠ ଅଧ୍ୟାପକ ଭବାନିଚରଣ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର