‘ଜୟଦେବ ସମାରୋହ’ର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର : ଶାସ୍ତ୍ରୀୟ ସଙ୍ଗୀତର ମୂର୍ଚ୍ଛନାରେ ମୁଖରିତ ହେଉଥିଲା ଉତ୍କଳ ମଣ୍ଡପର ଖୋଲା ମଞ୍ଚ। କଳାକାରଙ୍କ ସୁମଧୁର କଣ୍ଠସ୍ୱର ଓ ବାଦ୍ୟବାଦନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା। ଅବସର ଥିଲା ଉତ୍କଳ ସଂଗୀତ ମହାବିଦ୍ୟାଳୟର ୫୪ତମ ବାର୍ଷିକୋତ୍ସବ ‘ଜୟଦେବ ସମାରୋହ-୨୦୧୮’ର ଦ୍ୱିତୀୟ ସନ୍ଧ୍ୟା। ପ୍ରଥମେ ଗୁରୁ ଚନ୍ଦନ କୁମାର ଜେନାଙ୍କ ସଂଯୋଜନାରେ ‘ବୃନ୍ଦ ଗାୟନ’ ରାଗ ସଂଗୀତ ପରିବେଷିତ ହୋଇଥିଲା। ପରେ ଗୁରୁ ଦିବ୍ୟଦର୍ଶନ ବିଶ୍ୱାଳଙ୍କ ପରିଚାଳନାରେ ହିନ୍ଦୁସ୍ଥାନୀ ଭାଓଲିନ୍‌ ବୃନ୍ଦ ବାଦନ, ଗୁରୁ ବିଭୂତି ଭୂଷଣ ବଳବନ୍ତରାୟଙ୍କ ନେତୃତ୍ୱରେ ଓଡ଼ିଶୀ ମର୍ଦ୍ଦଳ ବୃନ୍ଦବାଦନ ଓ ପରିଶେଷରେ ଗୁରୁ ଭବାନୀ ଚରଣ ବିଶ୍ୱାଳ ଓ ଗୁରୁ ଗୌରମୋହନ ମହନ୍ତଙ୍କ ସଂଯୋଜନାରେ ଛଉ ନୃତ୍ୟ ‘ଅଭିମନ୍ୟୁ ବଧ’ ପରିବେଷଣ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ବିଧାୟକ ବିଜୟ କୁମାର ମହାନ୍ତି, ଓଡ଼ିଶୀ ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟ ଓ ମର୍ଦ୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟାପକ ଭବାନୀ ଚରଣ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର