ଜୟଦେବ ବିହାର ସାଂସ୍କୃତିକ ଉନ୍ନୟନ ପରିଷଦର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ଜୟଦେବ ବିହାର ସାଂସ୍କୃତିକ ଉନ୍ନୟନ ପରିଷଦର ୩୨ତମ ବାର୍ଷିକ ଉତ୍ସବ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ମେୟର ଅନନ୍ତ ନାରାୟଣ ଜେନା ଯୋଗ ଦେଇଥିଲେ। ପରିଷଦର ସଭାପତି ଫଣୀନ୍ଦ୍ର ମହାନ୍ତି, ଉପସଭାପତି ଜୀବନାନନ୍ଦ କର, ସମ୍ପାଦକ(ମନ୍ଦିର ପରିଚାଳନା) ରାଜକିଶୋର ମହାପାତ୍ର, ସମ୍ପାଦକ(ସାଂସ୍କୃତିକ ଓ ଉନ୍ନୟନ) ସତ୍ୟ ନାରାୟଣ ପଟ୍ଟନାୟକ, ରାମେଶ୍ୱର ବରିଷ୍ଠ ନାଗରିକ ସଂଘର ସଭାପତି ମହେନ୍ଦ୍ର ନାଥ ମହାପାତ୍ର ଓ ରାମେଶ୍ୱର ମହିଳା ସମିତିର ସଭାନେତ୍ରୀ ଶାନ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପରିଷଦର ସ୍ମରଣିକା ‘ଶ୍ରୀ ରାମେଶ୍ୱର ଦେବ’ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର