ଜୟନ୍ତୀ ଦେବୀଙ୍କ ପରଲୋକ

ଭୁବନେଶ୍ବର : ଶୋଭନୀୟ ଆନ୍ଦୋଳନର ସାଂସ୍କୃତିକ ସଂପାଦିକା ଜୟନ୍ତୀ ଦେବୀଙ୍କର ଅକ୍ଟୋବର ୧୩ତାରିଖ ଶନିବାର ଅପରାହ୍ଣରେ ପରଲୋକ ହୋଇଛି। କଟକ ‌ବିଡ଼ାନାସୀ ସ୍ଥିତ ଶୋଭନୀୟ ଆନ୍ଦୋଳନ କାର୍ଯ୍ୟାଳୟ ପରିସରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ପରଲୋକରେ ନିୟନ୍ତ୍ରିକା ଋକ୍ମିଣୀ ଦେବୀ, ସତ୍ୟଭା‌ମା ଦେବୀ, ଡ. ଅରୁନ୍ଧତୀ ଦେବୀ, ଶାରଦା ଦେବୀ, ମିନତି ଦେବୀ, ବନଲତା ଦେବୀ, ଉତ୍କଳ ସର୍ବୋଦୟ ମଣ୍ଡଳର ସଂପାଦକ ରମାକାନ୍ତ ମଣ୍ଡଳ, ଶୁଭେନ୍ଦୁ ଭୁୟାଁ, ନିରାକାର ବେଉରା, ଇନ୍ଦୁମତୀ ସାହୁ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର