ଜୟଦେବ ବିହାର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ବର: ଜୟଦେବ ବିହାର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଶ୍ରୀଗୁରୁ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଉଦୟନାଥ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏବଂ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମଞ୍ଚର ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ମହାପାତ୍ର ସ୍ଥାନୀୟ ଅଞ୍ଚଳର ସମସ୍ୟା ପ୍ରତି ଦୁଇ ବିଧାୟକଙ୍କୁ ଜଣାଇଥିଲେ। ସ୍ଥାନୀୟ ଅଞ୍ଚଳରେ ଏକ ଡେ କେୟାର ସେଣ୍ଟର ଓ ପାର୍କ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦୁଇ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ଶୁଭ୍ରାଂଶୁ ପଟ୍ଟନାୟକ ଯୋଗଦେଇ ନିଜର ମତ ରଖିଥିଲେ। ମଞ୍ଚର ସାଧାରଣ ସମ୍ପାଦକ ଅରୁଣ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରବୀନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର