ଭୁବନେଶ୍ବର: ନେସ୍ନାଲ୍ କଲ୍ଚରାଲ୍ ମିସନ୍ ପକ୍ଷରୁ ଭଂଜ କଳାମଣ୍ଡପରେ ଆୟୋଜିତ ଶ୍ରୀଜୟଦେବ ରାଷ୍ଟ୍ରୀୟ ସମାରୋହ ଏବଂ ନବୀନ କଳାକାର ଉତ୍ସବର ଆଜି ଥିଲା ତୃତୀୟ ଦିନ। ଅପରାହ୍ଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ କୋଲକାତା, ଦିଲ୍ଲୀ, ପୁନେ, ମୁମ୍ବାଇ, ଚେନ୍ନାଇ, ଖଡ଼ଗପୁରରୁ ପ୍ରାୟ ୫୦ ଜଣ ନବାଗତ ଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ। ସୋନାଲି ଲୁମ୍ବା, ସୁମିତା ମହାଜନ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ସନ୍ଧ୍ୟାରେ ଅରୁଣିମା ସମାଜପତି, ଶିବନାରାୟଣ ବାନାର୍ଜୀ, ସୁବ୍ରତ ତ୍ରିପାଠୀ, ଭାଗ୍ୟଶ୍ରୀ ସୁମନ ଓତା, ଡି ପ୍ରିୟଙ୍କା, ଅମ୍ରିତା ଦାସ, ଅଭୀପ୍ସା ଭଞ୍ଜ, ମିତାଲି ପ୍ରିୟା ଗିରି ସାମଲ, ସିଲିକା ଗୀତା ସାମଲ, ସୋମନାଥ ପଣ୍ଡାଙ୍କ ଏକକ ନୃତ୍ୟ ପରିବେଷଣ କରିଥିଲେ। ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ନୃତ୍ୟ ସଂଯୋଜନାରେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ଅନୁଷ୍ଠାନର ଚେୟାରମ୍ୟାନ୍ ଡ. ଏସ୍କେ ତାମୋଟିଆ ଏବଂ ଜ୍ୟୋତ୍ସ୍ନାରାଣୀ ସାହୁ ଅତିଥି ଭାବେ ଯୋଗଦେଇ ସାନ୍ଧ୍ୟା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ନିର୍ଦେଶକ ଜଗବନ୍ଧୁ ଜେନା ଉପସ୍ଥିତ ଥିଲେ।
ଜୟଦେବ ରାଷ୍ଟ୍ରୀୟ ସମାରୋହ
/sambad/media/post_attachments/wp-content/uploads/2019/06/Untitled-18-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)