ଜେବି ପାଢ଼ୀ ବୃତ୍ତି ପ୍ରଦାନ ଉତ୍ସବ

ଭୁବନେଶ୍ବର: ପାଢ଼ୀ ଟ୍ୟୁଟୋରିଆଲର ପ୍ରତିଷ୍ଠାତା ସ୍ବର୍ଗତ ଜାନକୀ ବଲ୍ଲଭ ପାଢ଼ୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ଜାନକୀ ବଲ୍ଲଭ ପାଢ଼ୀ ପ୍ରତିଭା ବୃତ୍ତି’ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବରର ବିଭିନ୍ନ ସ୍କୁଲରୁ ପ୍ରାୟ ୩୦୦ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ। ସତ୍ୟନଗରସ୍ଥିତ ପାଢ଼ୀ ଟ୍ୟୁଟୋରିଆଲ ପରିସରରେ ଆୟୋଜିତ ଏକ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି‌ରେ ମୁଖ୍ୟ ଅତିଥି ଭାବେ ଗୋଦାବରୀଶ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଏନ୍‌.ଏସ୍‌ ବର୍ମା ଓ ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦ‌ାସ ଯୋଗ ଦେଇ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠିନ ଅଧ୍ୟବସାୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। କଳିଙ୍ଗ ଭାରତୀ ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ ମହାନ୍ତି ପିଲାମାନଙ୍କୁ ଯୁକ୍ତ ଦୁଇ ପାଠ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଅନୁଷ୍ଠାନର ମୁଖ୍ୟ ଲୁସି ମହାପାତ୍ର ଜାନକୀ ବଲ୍ଲଭ ପ୍ରତିଭା ବୃତ୍ତି ପରୀକ୍ଷା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଭୁବନେଶ୍ବରର ବିଭିନ୍ନ ସ୍କୁଲ୍‌ର ଶିକ୍ଷକ ପ୍ରଶାନ୍ତ ନାୟକ, ପଣ୍ଡିତ ପ୍ରସନ୍ନ ସ୍ବାଇଁ, ଶ୍ୟାମସୁନ୍ଦର ସ୍ବାଇଁ, ରଙ୍କନିଧି ନାୟକ, ବାଇଧର ବେହେରା, ଅର୍ଜୁନି ଚରଣ ଘଡ଼େଇ, ସୁବୋଧ ପ୍ରଧାନ, ପ୍ରଦୀପ ପାଣି, ଅମ୍ବିକା ପ୍ରସାଦ ଦାସ, ସନତ ସ୍ବାଇଁ, ରାଜେଶ ପାଣି, ରବୀନ୍ଦ୍ର ଖଟୁଆ, ଦୀପ୍ତିମୟୀ ରଥ, ହରିହର ରାଜ, ଜୀବନ ମିଶ୍ର ଓ ବିକ୍ରମ ଚୌଧୁରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପାଢ଼ୀ ଟ୍ୟୁଟୋରିଆଲ୍‌ର ଶାଖା ପରିଚାଳକ ରଞ୍ଜନ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର