ନିର୍ମାଣ ଶେଷ ପର୍ଯ୍ୟାୟରେ ଜେଡି ସେଣ୍ଟର ଅଫ୍‌ ଆର୍ଟ

ପ୍ରତି ସିନେମା ପୂର୍ବରୁ ପ୍ରାମାଣିକ ଚିତ୍ର ଦେଖାଯାଉ: ଯତୀନ ଦାସ

ଭୁବନେଶ୍ୱର : ଖଣ୍ଡଗିରି ନିକଟରେ ନିର୍ମାଣାଧୀନ ଜେଡି ସେଣ୍ଟର୍‌ ଅଫ୍‌ ଆର୍ଟ୍‌ ଖୁବ୍‌ଶୀଘ୍ର ଶେଷ ହେବ। ଆପାତତଃ ଆସନ୍ତା ବର୍ଷ ଏହି କେନ୍ଦ୍ର ଲୋକାର୍ପିତ ହେବ। ସଂପ୍ରତି ଏହି କେନ୍ଦ୍ରରେ ୨ହଜାର ସାମଗ୍ରୀ ସଂରକ୍ଷିତ ରଖାଯାଇଥିବା ବେଳେ ୨ହଜାରରୁ ଊର୍ଧ୍ୱ ପ୍ରାମାଣିକ ଚଳଚ୍ଚିତ୍ର ସଂରକ୍ଷିତ କରାଯାଇଛି। ଦୂରଦର୍ଶନ, ଫିଲ୍ମ୍‌ସ ଡିଭିଜନ୍‌, ନ୍ୟାସ୍‌ନାଲ୍‌ ଫିଲ୍ମ ଆର୍କାଇଭ୍‌, ଲଳିତ କଳା ଏକାଡେମି, ଇନ୍ଦିରା ଗାନ୍ଧୀ ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ଦି ଆର୍ଟ୍‌ସ, ପବ୍ଲିକ୍‌ ସର୍ଭିସ୍‌ ବ୍ରଡ୍‌କାଷ୍ଟିଂ ଟ୍ରଷ୍ଟ୍‍, ସ୍ୱିସ୍‌ ଏମ୍ବାସି ସମେତ ଅନେକ ଚଳଚ୍ଚିତ୍ର ନିର୍ମାତା ଚଳଚ୍ଚିତ୍ର ପ୍ରଦାନ କରିଛନ୍ତି।

ସଂପ୍ରତି ଖାଣ୍ଟି ଓଡ଼ିଆ ବାସ୍ନା ଧୀରେଧୀରେ ଛପି ଯାଉଥିବା ନେଇ ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସ ଅସନ୍ତୋଷ ବ୍ୟକ୍ତ କରିଥିଲେ। ୯୯ ପ୍ରତିଶତ ବଙ୍ଗଳା କଳାକାର ପଶ୍ଚିମବଙ୍ଗରେ ବସବାସ କରୁଥିବା ବେଳେ ହଜାର ହଜାର ଓଡ଼ିଆ ଚିତ୍ରଶିଳ୍ପୀ ଓଡ଼ିଶା ଛାଡ଼ି ଚାଲିଯିବା ଚିନ୍ତାଜନକ ବିଷୟ ବୋଲି ସେ କହିଛନ୍ତି। ପ୍ରତି ସିନେମା ହଲ୍‌ରେ ଚଳଚ୍ଚିତ୍ର ଆରମ୍ଭ ହେବା ପୂର୍ବରୁ ଏକ କ୍ଷୁଦ୍ର ପ୍ରାମାଣିକ ଚିତ୍ର ଦେଖାଇବାର ବ୍ୟବସ୍ଥା କରାଯାଉ ବୋଲି ସେ କହିଛନ୍ତି। ଏଥିସହ ଓଡ଼ିଶାରେ ଏକ ଦୃଶ୍ୟଶ୍ରାବ୍ୟ ଆର୍ଟ ଗ୍ୟାଲେରି ଏବଂ ଓଡ଼ିଶା ସଂସ୍କୃତି ଗବେଷଣା କେନ୍ଦ୍ର ସ୍ଥାପନ ହେବା ନେଇ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର