ଜେଇଇ ମେନ୍‌-୨ ପରୀକ୍ଷା ଫଳ: ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ୧୮ ବିଦ୍ୟାର୍ଥୀ ୯୯ ପର୍ସେଣ୍ଟାଇଲ୍ ଉପରେ

ଚନ୍ଦ୍ରଶେଖରପୁର: ଆଇଆଇଟି ସମେତ ଦେଶର ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହୋଇଥିବା ଜେଇଇ ମେନ୍-୨ ଫଳ ପ୍ରକାଶ ପାଇଛି। ଏଥିରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଛାତ୍ର ସଂକେତ ଦାଶ ୯୯.୯୧ ପର୍ସେଣ୍ଟାଇଲ୍ ରଖି ସ୍କୁଲ ଟପର୍‌ ହୋଇଛନ୍ତି। ସଂକେତ ପଦାର୍ଥ ବିଜ୍ଞାନରେ ୯୯.୮୭୨, ରସାୟନ ବିଜ୍ଞାନରେ ୯୭.୮୫୭ ଓ ଗଣିତରେ ୯୯.୯୭୬ ପର୍ସେଣ୍ଟାଇଲ୍ ରଖିଛନ୍ତି। ସେହିପରି ଦେବାଶିଷ ପଟ୍ଟନାୟକ ୯୯.୮୯୬, ସ୍ନେହିଲ୍ ସଂଯୋଗ ୯୯.୮୩୭, ସଙ୍କେତ ରାଉତ ୯୯.୮୦୯ ପର୍ସେଣ୍ଟାଇଲ୍ ରଖି ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି। ୧୮ଜଣ ଛାତ୍ରଛାତ୍ରୀ ୯୯ ପର୍ସେଣ୍ଟାଇଲ୍‌ରୁ ଅଧିକ ରଖିଥିବା ବେଳେ ୨୬ଜଣ ୯୫ ପର୍ସେଣ୍ଟାଇଲ୍‌ରୁ ଅଧିକ ଓ ୩୯ଜଣ ୯୦ ପର୍ସେଣ୍ଟାଇଲ୍‌ରୁ ଅଧିକ ନମ୍ବର ରଖିଛନ୍ତି। ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ ଶିଳ୍ପୀ ସାହୁ ଜେଇଇ ମେନ୍‌ରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନ‌ାଯୋଗ୍ୟ ଯେ ସ୍କୁଲର ଛାତ୍ର ଅମ୍ରିତାଂଶୁ ମହାନ୍ତି ୯୯.୯୭୪ ପର୍ସେଣ୍ଟାଇଲ୍ ରଖି ଜେଇଇ ମେନ୍-୧ରେ ଓଡ଼ିଶା ଟପର୍ ହୋଇଥିଲେ।

ଓଡିଏମ୍‌ର ୧୬ ବିଦ୍ୟାର୍ଥୀ ୯୯ ପର୍ସେଣ୍ଟାଇଲ୍ ଉପରେ

Justdial

ପଟିଆସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ୍‌ର ଛାତ୍ରଛାତ୍ରୀ ଅଦ୍ଭୂତପୂର୍ବ କୃତିତ୍ୱ ହାସଲ କରିଛନ୍ତି। ବିଦ୍ୟାଳୟର ପ୍ରତ୍ୟୁଷ ଦାଶ ୯୯.୯୪ ପର୍ସେଣ୍ଟାଇଲ୍, ପ୍ରିୟାଂଶୁ ସାମନ୍ତରାୟ ୯୯.୯୦ ପର୍ସେଣ୍ଟାଇଲ୍, ପ୍ରତ୍ୟୁଷ ପଣ୍ଡା ୯୯.୮୪ ପର୍ସେଣ୍ଟାଇଲ୍ ରଖି ବିଦ୍ୟାଳୟସ୍ତରରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୧୬ଜଣ ଛାତ୍ରଛାତ୍ରୀ ୯୯ପର୍ସେଣ୍ଟାଇଲ୍‌ରୁ ଅଧିକ ନମ୍ବର ରଖିଥିବା ବେଳେ ୩୯ଜଣ ୯୫ ପର୍ସେଣ୍ଟାଇଲ୍ ଉପରେ ଅଛନ୍ତି। ଏହି ପରୀକ୍ଷାରେ ବିଦ୍ୟାଳୟର ମୋଟ ୧୦୬ ଛାତ୍ରଛାତ୍ରୀ ୯୦ ପର୍ସେଣ୍ଟାଇଲ୍ ଉପରେ ଅଛନ୍ତି। ଏହି ଅବସରରେ ଓଡିଏମ୍ ଶିକ୍ଷା-ସମୂହର ପ୍ରତିଷ୍ଠାତା ସତ୍ୟବ୍ରତ ମୀନକେତନ, ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଓଓ) ସ୍ୱୟନ ସତ୍ୟେନ୍ଦୁ, ବିଦ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଏହି ସଫଳତା ପାଇଁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ମେଧା ତାଲିକା ଶୀର୍ଷରେ ଚନ୍ଦ୍ରଶେଖରପୁର ଡିଏଭିରୁ ୧୧୭

The Learning Point

ଡିଏଭି ପବ୍ଲିକ୍‍ ସ୍କୁଲ୍‍, ଚନ୍ଦ୍ରଶେଖରପୁରର ୧୧୭ଜଣ ଛାତ୍ରଛାତ୍ରୀ ମେଧା ତାଲିକାର ଶୀର୍ଷରେ ରହିବା ସହ ଜେଇଇ ଆଡ୍‍ଭାନ୍ସଡ୍‍ ନିମନ୍ତେ ମନୋନୀତ ହୋଇଛନ୍ତି। ସେଥିମଧ୍ୟରୁ ୧୫ଜଣ ୯୯ରୁ ଅଧିକ ପର୍ସେଣ୍ଟାଇଲ୍ ରଖିଥିବା ବେଳେ ୨୯ଜଣ ୯୮ରୁ ଅଧିକ, ୬୪ଜଣ ୯୫ରୁ ଊର୍ଦ୍ଧ୍ୱ ଓ ୯୮ଜଣ ୯୦ରୁ ଅଧିକ ପର୍ସେଣ୍ଟାଇଲ୍‍ ରଖି କୃତକାର୍ଯ୍ୟ ହୋଇଛନ୍ତି। ଶରଣ୍ୟ ବୈଦ୍ୟ ୯୯.୯, ଶୁଭମ୍‍ ଅଗ୍ରୱାଲ୍‍ ଓ ଶୁଭମ୍‍ ସ୍ୱପ୍ନିଳ ଦାଶ ୯୯.୮୧ ପର୍ସେଣ୍ଟାଇଲ୍ ଲେଖାଏଁ ଓ ସ୍ୱସ୍ତିକ ପାଣିଗ୍ରାହୀ ୯୯.୬୬ ପର୍ସେଣ୍ଟାଇଲ୍‍ ସହ ବିଦ୍ୟାଳୟର ପ୍ରଥମ ୩ଟି ସ୍ଥାନ ହାସଲ କରିଛନ୍ତି। ବିଦ୍ୟାଳୟ ଦ୍ୱାରା ପରିଚାଳିତ ସୁପର-୪୦(ଇଞ୍ଜିନିୟରିଂ ୱିଙ୍ଗ)ରୁ ୩୦ ଜଣ ଓ ପ୍ରାଇମ୍‍-୪୦(ମେଡିକାଲ ୱିଙ୍ଗ)ରୁ ୨୮ଜଣ କୃତୀ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ଜାତୀୟସ୍ତରୀୟ ସମ୍ମାନଜନକ ପରୀକ୍ଷାରେ ପୁନଶ୍ଚ ଗୁଣାତ୍ମକ ଉତ୍କର୍ଷ ଓ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବାରୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର