ଶ୍ମଶାନ ଜବରଦଖଲକୁ ନେଇ ଝାନ୍‌ସିପାଟଣା ଗ୍ରାମବାସୀଙ୍କ ଧାରଣା

ଭୁବନେଶ୍ୱର : ଝାନସି ପାଟଣା ଗ୍ରାମରେ ଥିବା ଶ୍ମଶାନ ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରି ନେଇଥିବାରୁ ଏହାର ପ୍ରତିବାଦରେ ଆଜି ଗ୍ରାମବାସୀ ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି। ଶ୍ମଶାନରେ ଶବ ଦାହ ହୋଇ ପାରୁନଥିବାରୁ ସ୍ଥାନୀୟ ବାସିନ୍ଦା ବାଧ୍ୟ ହୋଇ ସ୍ୱର୍ଗଦ୍ୱାର ଯାଉଛନ୍ତି। ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ତହସିଲଦାର ଟାଙ୍ଗୀଙ୍କୁ ଜଣାଇଥିଲେ ମଧ୍ୟ ସେମାନେ କୌଣସି ପ୍ରତିକାର କରୁନଥିବା ଗ୍ରାମବାସୀ କହିଛନ୍ତି। ଏଣିକି ପ୍ରତିବାଦସ୍ୱରୂପ ଗ୍ରାମବାସୀ ଏନ୍‌.ଏଚ ୧୬ ରାସ୍ତା ଅବରୋଧ କରି ଶବଦାହ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର