ଝାରପଡ଼ା ଜେଲ୍‌ରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ଝାରପଡ଼ା ସ୍ବତନ୍ତ୍ର ଜେଲ୍ ପରିସରରେ ଆଜି ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଗଦାଧର ସାହୁ(୫୮)। ଘର ଜଟଣୀ ଥାନା ଅଧୀନ ବଡ଼ତୋଟା ନୂଆସାହି‌େର। ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ଦୀର୍ଘ ୫ବର୍ଷ ହେବ ଝାରପଡ଼ା ଜେଲରେ ଦଣ୍ଡ ଭୋଗୁଥିଲା। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ଗଦାଧରଙ୍କ ଏଭଳି ମୃତ୍ୟୁକୁ ପରିବାର ଲୋକ ଗ୍ରହଣ କରି ପାରିନାହାନ୍ତି। କହିଛନ୍ତି ଘଟଣା ସନ୍ଦେହଜନକ। ଗଦାଧରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତେଣୁ ତାଙ୍କୁ ମାଡ଼ ମରାଯାଇଥିବା ଅନୁମାନ କରାଯାଉଛି। ତେଣୁ ପୁଲିସ ଠିକ୍‌ ଭାବେ ତଦନ୍ତ କଲେ ସତ୍ୟ ସାମାନାକୁ ଆସିବ। ଅନ୍ୟପକ୍ଷରେ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହିଛି। ଚଳିତ ବର୍ଷ ଝାରପଡ଼ା ଜେଲ୍ ପରିସରରେ କଏଦୀଙ୍କ ଏହା ଦ୍ବିତୀୟ ମୃତ୍ୟୁ ଘଟଣା। ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ଆଜି ସକା‌ଳ ପ୍ରାୟ ସାଢ଼େ ୭ଟା ବେଳେ ଗଦାଧରଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା। ଝାରପଡ଼ା ଜେଲ୍ କର୍ତୃପକ୍ଷ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରେ କିଛି ସମୟ ଚିକିତ୍ସା ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଏ ସଂପର୍କରେ ହସ୍ପିଟାଲ କର୍ତୃପକ୍ଷ ତୁରନ୍ତ ଲକ୍ଷ୍ମୀସାଗର ଥାନାକୁ ଖବର ଦେଇଥିଲେ। ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବ‌ଚ୍ଛେଦ କରାଇଥିଲା। ତେବେ ଗଦାଧରଙ୍କ ମୃତ୍ୟକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ପରିବାର ଲୋକ। କହିଛନ୍ତି ଗଦାଧରଙ୍କୁ ମାଡ଼ ମରାଯାଇଛି। ତାଙ୍କ ଶରୀର ବିଭିନ୍ନ ସ୍ଥାନରେ ଲାଲ ଦାଗ ରହିଛି। ତେଣୁ ତାଙ୍କୁ ହତ୍ୟା କରାଯାଇଛି। ଅନ୍ୟପକ୍ଷରେ ଡିସିପି ଅନୁପ ସାହୁ କହିଛନ୍ତି, ଜେଲ୍ ପରିସରରେ ରହୁଥିବା ଗଦାଧରଙ୍କ ମୃତ୍ୟୁ ଘଟିଛି, ତେଣୁ ଏହାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ‌ହେବ। ଆଜି ଜଣେ ବିଚାରପତିଙ୍କ ଉପସ୍ଥିତିରେ ଗଦାଧରଙ୍କ ଶବ ବ୍ୟବଚ୍ଛେଦ ହୋଇଥିଲା। ଯାହାର ସଂପୂର୍ଣ୍ଣ ଭାବେ ଭିଡିଓ ‌େରକର୍ଡିଂ କରାଯାଇଛି। ମୃତଦେହକୁ ଏବେ ବି କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଆସନ୍ତାକାଲି ପୁଲିସର ଆଉ ଏକ ଟିମ୍‌ ଯାଇ ମୃତଦେହର ପଞ୍ଚନାମା କରିବ। ଘଟଣାର ଏଚ୍ଆରପିସି ତଦନ୍ତ ପାଇଁ ମଧ୍ୟ ସୁପାରିସ ହୋଇଛି ବୋଲି ଡିସିପି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ତେବେ ଏ ସମ୍ପର୍କରେ ଝାରପଡ଼ା ଜେଲ୍‌ କର୍ତୃପକ୍ଷ କହିଛନ୍ତି, ଗଦାଧରଙ୍କୁ କେହି ମାଡ଼ ମାରିନାହାନ୍ତି। ବରଂ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରକାଶଥାଉକି, ଗଦାଧର ଏକ ଦୁଷ୍କର୍ମ ମାମଲାରେ ଜଟଣୀ ଥାନା ପୁଲିସ ଦ୍ବାରା ଗିରଫ ହୋଇଥିଲେ। ପରେ ତାଙ୍କୁ କୋର୍ଟ ଦୋ‌ଷୀ ସାବ୍ୟସ୍ତ କରିଥିଲା। ଗତ ୫ ବର୍ଷ ହେବ ସେ ଝାରପଡ଼ା ‌େଜଲ୍‌ରେ କଏଦୀ ଭାବେ ସଜା କାଟୁଥିଲେ। ଚଳିତ ବର୍ଷ ଝାରପଡ଼ା ଜେଲ୍ ପରିସରରେ କଏଦୀଙ୍କ ମୃତ୍ୟୁ ହେବା ଏହା ଦ୍ବିତୀୟ ଘଟଣା। ଗତ ମେ’ ୧୨ତାରିଖରେ ଜିତେନ୍ଦ୍ର ବିଶ୍ବାଳ ନାମକ ଜଣେ ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ପୁଲିସ ଜବତ କରିଥିଲା। ତାଙ୍କୁ ହତ୍ୟା କରି ଟଙ୍ଗାଇ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ଏହି ଘଟଣାର ମଧ୍ୟ ତଦନ୍ତ ପୁଲିସ କରୁଛି। କିନ୍ତୁ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଥିଲା, ଏଯାଏ ଘଟଣା ସ୍ପଷ୍ଟ ହୋଇ ପାରିନାହିଁ। ମହିଳା ଥାନା ପୁଲିସ ଜି‌େତନ୍ଦ୍ରଙ୍କୁ ଏକ ଗଣଦୁଷ୍କର୍ମ ମାମଲାରେ ଗିରଫ କରିଥିଲା।

ସମ୍ବନ୍ଧିତ ଖବର