ଭୁବନେଶ୍ୱର: ଝାରପଡ଼ା ଦୁର୍ଗାପୂଜା ସମିତିର ୧୫ତମ ଦୁର୍ଗା ଉତ୍ସବ ଅବସରରେ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ଶିଖର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ମେୟର ସୁଲୋଚନା ଦାସଙ୍କ ସମେତ ଝାରପଡ଼ା ଗ୍ରାମବାସୀ ଉପସ୍ଥିତ ଥିଲେ। ମା’ ଦୁର୍ଗାଙ୍କ ସୁବର୍ଣ୍ଣ ମୁକୁଟ, ରୁପାର ହାତ ଅଳଙ୍କାର, ରୁପାର କିରଣ ସହ ପାର୍ଶ୍ବ ଦେବଦେବୀଙ୍କ ସୁନାର ମୁକୁଟ ଉନ୍ମୋଚିତ ହୋଇଥିଲା। ଶେଷରେ ସାଧାରଣ ସମ୍ପାଦକ ଧରଣୀଧର ଜେନା ଧନ୍ୟବାଦ ଦେଇଥିଲେ।
ଝାରପଡ଼ା ଦୁର୍ଗାପୂଜା ସମିତି: ମା’ ଦୁର୍ଗାଙ୍କ ସୁବର୍ଣ୍ଣ ମୁକୁଟ ଉନ୍ମୋଚିତ
ଝାରପଡ଼ା ଦୁର୍ଗାପୂଜା ସମିତିର ୧୫ତମ ଦୁର୍ଗା ଉତ୍ସବ ଅବସରରେ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ଶିଖର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ....
/sambad/media/media_files/2025/09/29/ddgdadgdg-2025-09-29-02-20-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)