ଭୁବନେଶ୍ବର : ଝାରପଡ଼ା ଜେଲର ଅକ୍ଷୟ ଜେନାଙ୍କର ବଦଳି ହୋଇଛି। ସେ ନିମାପଡ଼ା ସବ୍ଜେଲ୍ରେ ଜେଲର ଭାବେ କାର୍ଯ୍ୟ ତୁଲାଇବେ। ତାଙ୍କ ଜାଗାରେ ନିମାପଡ଼ା ସବ୍ଜେଲ୍ର ଜେଲର ସନ୍ତୋଷିନୀ ଦାସ ଝାରପଡ଼ା ଆସିଛନ୍ତି। ଉଭୟଙ୍କୁ ତୁରନ୍ତ ନିଜ ନିଜ ନୂଆ ଜାଗାରେ ଯୋଗ ଦେବା ପାଇଁ କୁହାଯାଇଛି। ତେବେ ଅକ୍ଷୟଙ୍କର ହଠାତ୍ ବଦଳି ହେବାକୁ ନେଇ ଚର୍ଚ୍ଚା ହେଉଛି। କଏଦୀଙ୍କ ଉପରେ ଅତ୍ୟାଚାର କରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଥିଲା। ଜଣେ କଏଦୀ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ। ପୂର୍ବରୁ ମଧ୍ୟ ତାଙ୍କ ନାମରେ ଅଭିଯୋଗ ରହିଥିଲା। ଏଣୁ ତାଙ୍କୁ ତୁରନ୍ତ ଏଠାରୁ ନିଆଯାଇଛି ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି। ସେ ଏଠାରୁ ଯିବା ପାଇଁ ନିଜେ ସରକାରଙ୍କୁ ଲେଖିଥିଲେ ବୋଲି କହିଛନ୍ତି।
ବଦଳିଲେ ଝାରପଡ଼ା ଜେଲର
/sambad/media/post_attachments/wp-content/uploads/2020/09/jharpada-jail.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)