ଭୁବନେଶ୍ବର: ଓଡ଼ିଆ ଘରର ବୋହୂ ହେବା ପରେ ଓଲିଉଡ୍ର ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ଓଡ଼ିଆ ଶିଖିବା ପାଇଁ ମନ ବଳାଇଛନ୍ତି। ତେଣୁ ଆଜିକାଲି ସେ ସଚିତ୍ର ଓଡ଼ିଆ ମଧୁ ବର୍ଣ୍ଣବୋଧ ବହି ପଢ଼ୁଛନ୍ତି। ଖୁବ୍ କମ୍ ସମୟରେ ସେ ଓଡ଼ିଆ ଅକ୍ଷର ଶିଖି ପାରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିବା ବେଳେ ଝିଲିକ୍ଙ୍କୁ ଭଲ ଭାବେ ଓଡ଼ିଆ କହି ଆସୁ ନଥିଲା। ତେଣୁ ସେ ଅଭିନୟ କରୁଥିଲେ ଓ ତାଙ୍କ ସଂଳାପକୁ ଡବିଂ କରାଯାଉଥିଲା। ପରେ ପରେ ସେ କିଛି କିଛି ଓଡ଼ିଆ କହିପାରିଲେ। ମାତ୍ର ଓଡ଼ିଆ ଅକ୍ଷର ପଢ଼ିବା ତାଙ୍କ ପକ୍ଷେ ସମ୍ଭବ ହୋଇନଥିଲା। ତେଣୁ ତାଙ୍କ ସଂଳାପକୁ ବଙ୍ଗାଳୀ ଅକ୍ଷରରେ ଲେଖି ତାଙ୍କୁ ଧରାଇ ଦିଆଯାଉଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏମିତିରେ ସେ ଓଲିଉଡ୍ର ଜଣେ ଆଗଧାଡ଼ିର ନାୟିକା ହୋଇ ପାରିଥିଲେ। କିନ୍ତୁ ଏବେ ସେ ଓଡ଼ିଆ ଘରର ବୋହୂ। ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ଧର୍ମପତ୍ନୀ ହେବା ପରେ ଝିଲିକ୍ ଜଣେ ଖାଣ୍ଟି ଓଡ଼ିଆଣି ହୋଇଗଲେଣି। ଖଣ୍ଡି ଓଡ଼ିଆ କହୁଥିବା ଝିଲିକ୍ ଏବେ ଖାଣ୍ଟି ଓଡ଼ିଆ କହିବାକୁ ମନ କରିଛନ୍ତି। କେବଳ ସେତିକି ନୁହେଁ, ଓଡ଼ିଆ ଭାଷାରେ ଦକ୍ଷ ହେବା ପାଇଁ ସେ ଅକ୍ଷର ଶିଖିବା ଉପରେ ଗୁରୁତ୍ବ ଦେଉଛନ୍ତି। ତେଣୁ ସେ ସଚିତ୍ର ମଧୁ ବର୍ଣ୍ଣବୋଧକୁ ସାଥୀ କରିଥିବା କହିଛନ୍ତି।