ଉତ୍ତର ଭୁବନେଶ୍ବରରେ ଜୀବନ ବିନ୍ଦୁ

ଚନ୍ଦ୍ରଶେଖରପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଶିଶୁ ଦିବସ ପାଳନ ଅବସରରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର-୮ର ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟରେ ଓଡ଼ିଶା-ମୋ ପରିବାରର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।

କାର୍ଯ୍ୟକ୍ରମରେ ଓଡ଼ିଶା-ମୋ ପରିବାରର ରାଜ୍ୟ ସହ-ସଂଯୋଜକ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଜେଡି ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ସମୀର କୁମାର ପ୍ରଧାନ, ଦୁର୍ଗା ସାମନ୍ତରାୟ, ରୁଦ୍ର ସାମନ୍ତରାୟ, ରଞ୍ଜିତ ରାୟ, ବିଜେଡି ଉତ୍ତର ଭୁବନେଶ୍ବର ସଭାପତି ସୂର୍ଯ୍ୟକାନ୍ତି ଜେନା, ଜିଲ୍ଲା ବିଜେଡି ଉପସଭାପତି ମିହିର କୁମାର ରାଉତ, ମଧୁସ୍ମିତା ଦାଶ, ପୂର୍ବତନ କର୍ପୋରେଟର ହରୀଶ ମୁର୍ମୁ, ପ୍ରୀତିନନ୍ଦା ରାଉତରାୟ, ହରେକୃଷ୍ଣ ନାୟକ, ବାସନ୍ତୀ ସିଂ, ସୁସ୍ମିତା ଦାସ, ସୌଭାଗ୍ୟ ବାରିକ, ସ୍ୱର୍ଣ୍ଣପ୍ରଭା ରାୟ, ୱାର୍ଡ ସଭାପତି ଲକ୍ଷ୍ମୀଧର ସାହୁ, ଯୁବ ବିଜେଡି ଭୁବନେଶ୍ୱର ସଭାପତି ସମରେଶ ବେହୁରା, ଯୁବ ବିଜେଡି ଜୋନ୍‌ ସଭାପତି ବିଜୟ କେତନ ସାହୁ, ଭୁବନେଶ୍ବର ଜିଲ୍ଲା ଛାତ୍ର ସଭାପତି ସୁବାସ ସାହୁ, ଯୁବ ବିଜେଡି ନେତା ଲୋକେଶ କୁମାର, ସୌମ୍ୟରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଏହି ଶିବିରରୁ ୭୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ନେଇ ଓଡ଼ିଶା-ମୋ ପରିବାର, ଜୀବନ ବିନ୍ଦୁ ସଂଯୋଜକ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି। ଭୁବନେଶ୍ବର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ ଓ ପୂର୍ବତନ କର୍ପୋରେଟର ମୋନାଲିସା ସାହୁଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର