ସାର୍ଥକ୍ ଚ୍ୟାନେଲ୍ରେ ପ୍ରସାରିତ ‘ମୁଁ ବି ହିରୋଇନ୍ ହେବି-୨’ରେ ସମସ୍ତଙ୍କୁ ପଛରେ ପକାଇ ହିରୋଇନ୍ର ମୁକୁଟ ପିନ୍ଧିଥିବା ସୁର୍ମୟୀ ମହାପାତ୍ର ବର୍ତ୍ତମାନ ଓଲିଉଡ୍ର ହଟ୍ ଲେଡି। ନିଜର ପ୍ରଥମ ଚଳଚ୍ଚିତ୍ର ‘ଭଲ ପାଏ ତତେ ୧୦୦ରୁ ୧୦୦’ରେ ବାବୁସାନଙ୍କ ବିପକ୍ଷରେ ନାୟିକା ସାଜିଥିବା ସୁର୍ମୟୀ ‘ମିସ୍ ଭାଇଜାକ୍’ ପ୍ରତିଯୋଗିତାରେ ଯୋଗ ଦେଇ ତୃତୀୟ ସ୍ଥାନ ମଧ୍ୟ ଅଧିକାର କରିଥିଲେ। ଆଗକୁ ତାଙ୍କ ଚଳଚ୍ଚିତ୍ର ‘ଶକ୍ତି- ଦ ଲାୟନ୍ ହାର୍ଟ’ ଆସୁଛି। ଜଣେ ଭଲ ଅଭିନେତ୍ରୀ ଓ ମଡେଲ୍ ହେବା ପାଇଁ ସୁର୍ମୟୀ ନିଜ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପ୍ରତି ବେଶ୍ ଯତ୍ନବାନ୍। ନିଜ ଦୈନଦିନ ଖାଦ୍ୟ ତାଲିକା ବିଷୟରେ ସେ କୁହନ୍ତି, ସକାଳୁ ଖାଲି ପେଟରେ ଗରମ ପାଣି ସହ ଆପଲ୍ ସାଇଡର୍ ଭିନେଗାର୍ ପିଇ ମୋ ଦିନ ଆରମ୍ଭ କରିଥାଏ। ଏହାପରେ ବ୍ୟାୟାମ କରି ପ୍ରତିଦିନ ଲାଲ୍ କିମ୍ବା ସବୁଜ ଜୁସ୍ ପିଏ। ପ୍ରାତଃଭୋଜନରେ ଗୋଟିଏ ପ୍ଲେଟ୍ ଫଳ ସାଲାଡ୍, ୨ଟି ସିଝା ଅଣ୍ଡା କିମ୍ବା ଓଡ୍ସ୍ ବା ମୁସ୍ଲି ଖାଇଥାଏ। ମୁଁ ମୋ ମଧ୍ୟାହ୍ନ ଭୋଜନ ବହୁତ୍ ହେଭି ନିଏ। ରାତି ୮ଟା ପୂର୍ବରୁ ରାତ୍ରି ଭୋଜନ ସାରିବା ସହ ଶୋଇବା ପୂର୍ବରୁ ଗ୍ରିନ୍ ଟି ପିଏ। ଏକ କଠୋର ଡାଏଟ୍ ତାଲିକା ମୁଁ ଅନୁକରଣ କରୁଥିବା ବେଳେ ପ୍ରତିଦିନ କିଛି ସମୟ ବ୍ୟାଡ୍ମିଣ୍ଟନ୍ ଖେଳେ ଓ ଜିମ୍ ଯାଇ ଓ୍ଵାକ୍ ଆଉଟ୍ ମଧ୍ୟ କରେ। ସୁନ୍ଦର ଶରୀର ପାଇଁ ଡାଏଟିଂ ସହ ବ୍ୟାୟାମ ମଧ୍ୟ ଅତି ଜରୁରି ବୋଲି ସେ କହିଛନ୍ତି।
ଫିଟ୍ନେସ୍ ମନ୍ତ୍ର : ରାତିରେ ଶୋଇବା ପୂର୍ବରୁ ଗ୍ରିନ୍ ଟି ପିଅନ୍ତି ସୁର୍ମୟୀ
/sambad/media/post_attachments/wp-content/uploads/2018/02/surmayi8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)