ଭୁବନେଶ୍ୱର: ରାଜ୍ୟରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କୁ ଥଇଥାନ ଓ ସେମାନଙ୍କୁ ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣ ଦାବି ହୋଇଛି। ଇନ୍ଷ୍ଟିଚ୍ୟୁଟ୍ ଫର ସୋସିଆଲ ଡେଭଲପମେଣ୍ଟ ବା ଆଇସିଡି ଓଡ଼ିଶା ଚାପ୍ଟର ଓ ଆକ୍ରମଣର ଶିକାର ହୋଇଥିବା ମହିଳା ଲୋୟର ପିଏମ୍ଜିରେ ଧାରଣା ଦେଇଥିଲେ। ଏସିଡ୍ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କୁ ଥଇଥାନ ଓ ଆବଶ୍ୟକ ଅନୁଯାୟୀ ଦକ୍ଷତା ବୃଦ୍ଧି ତାଲିମ ସଂଗଠନ ପକ୍ଷରୁ ଦିଆଯିବ। ପରବର୍ତୀ ସମୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଲିଖିତ ପ୍ରସ୍ତାବ ଦିଆଯିବ ବୋଲି ସମାଜସେବୀ ଶୁଭଶ୍ରୀ ଦାସ କହିଛନ୍ତି। ଧାରଣାରେ ଏସିଡ୍ ଆକ୍ରମଣର ଶିକାର ପ୍ରମୋଦିନୀ ରାଉଳ, ମିନତି ବିଶୋଇ, ଜୟଶ୍ରୀ ମହାପାତ୍ର, ସଂଗୀତା ମାଝୀ, ଅମୀଳବାଳା ପଟ୍ଟନାୟକ, ନିବେଦିତା ପଟ୍ଟନାୟକ, ଜୟଶ୍ରୀ ଚିନ୍ତକ, ବୀଣା ମଲ୍ଲିକ, ସୁଚିସ୍ମିତା ପୃଷ୍ଟି, ସରୋଜ ସାହୁ, ସୁଶାନ୍ତ ସିଂ ଓ ଶୁଭଶ୍ରୀ ଦାସ ପ୍ରମୁଖ ଯୋଗ ଦେଇଥିଲେ।
ଏସିଡ୍ ଆକ୍ରମଣର ଶିକାର ମହିଳାଙ୍କୁ କର୍ମନିଯୁକ୍ତି ଦାବି
ଲୋୟର ପିଏମ୍ଜିରେ ମହିଳା ସଂଗଠନର ଧାରଣା
/sambad/media/post_attachments/wp-content/uploads/2018/04/m19-2.jpg)