ଚନ୍ଦ୍ରଶେଖରପୁର: ପୂର୍ବତଟ ରେଳପଥ ପକ୍ଷରୁ ଆଜି ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ନିକଟ ଖେଳପଡ଼ିଆରେ ୧୮ତମ ସର୍ବଭାରତୀୟ ରେଳବାଇ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ ‘ଜମ୍ବୋରି’ ଉଦ୍ଘାଟିତ ହୋଇଯାଇଛି। ଏହି ଶିବର କାର୍ଯ୍ୟକ୍ରମ ଏକ ସପ୍ତହ ବ୍ୟାପି ଚାଲିବ। ଦେଶର ୧୬ଟି ରେଳବାଇ ଜୋନ୍ରୁ ୨୫୦୦ ଛାତ୍ରଛାତ୍ରୀ ଏହି ଶିବିରରେ ଯୋଗଦେଇଛନ୍ତି। କ୍ୟାମ୍ପରେ ସ୍କାଉଟ୍, ଗାଇଡ଼୍, ରୋଭର୍ସ ଓ ରେଞ୍ଜର୍ସ ସଂଗଠକମାନେ ବିିଭିନ୍ନ ଦକ୍ଷତା ଦେଖାଇବେ। ପ୍ରଥମ ଥରପାଇଁ ଏପରି ଏକ କାର୍ଯ୍ୟକ୍ରମ ପୂର୍ବତଟ ରେଳପଥ ପକ୍ଷରୁ ଅନୁଷ୍ଠିତ ହେଉଥିବାରୁ ଏହି ଶିବିରରେ ସ୍ୱେଚ୍ଛାସେବକମାନଙ୍କୁ ସଂଙ୍କଟଜନକ ସ୍ଥିତିର ମୁକାବିଲା ପାଇଁ ତାଲିମ ଦିଆଯିବ। ଆଜି ଉଦ୍ଘାଟନି ଉତ୍ସବରେ ଜାମ୍ବୋରିକୁ ରେଳବାଇ ବୋର୍ଡ଼ର ସଦସ୍ୟ ଡ଼ି.କେ.ଗାୟେନ୍ ଉଦ୍ଘାଟନ କରିଛନ୍ତି। ପୂର୍ବତର ରେଳବାଇ ଜିଏମ୍ ଉମେଶ ସିଂ, ମଧୁଲିକା ସିଂ, ରାଜୀବ ଶର୍ମା, ଏମ.କେ ପୋଦାର୍ ଓ ଉତ୍ସବରେ ପୂର୍ବତଟ ରେଳପଥ ମୁଖ୍ୟ କର୍ମିକ ଅଧିକାରୀ ଓ ଭାରତ ସ୍କାଉଟ୍ ଗାଇଡ଼୍ର ରାଜ୍ୟ ମୁଖ୍ୟ କମିସନର ମଞ୍ଜୁ ରାୟ ଉତ୍ସବରେ ଉପସ୍ଥିତକରିଥିଲେ। ପରେପରେ ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ପରେଟ୍ ଦ୍ୱାରା ସ୍ୱାଗତ କରିଥିଲେ। ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରି ସମସ୍ତଙ୍କୁ ମନୋରଂଜନ କରିଥିଲେ। ଆସନ୍ତା କାଲିଠାରୁ ଏହି ଶିବିରରେ ଛାତ୍ରଛାତ୍ରୀମାନେ ସକାଳ ଓ ସଂଧ୍ୟାରେ ବିଭିନ୍ନ ପ୍ରକାର କୌଶଳ ଶିକ୍ଷା ଗ୍ରହଣ କରିବେ।
‘ଜାମ୍ବୋରି’ ଉଦ୍ଘାଟିତ : ଯୋଗଦେଲେ ୨୫୦୦ ଛାତ୍ରଛାତ୍ରୀ
/sambad/media/post_attachments/wp-content/uploads/2018/01/railway3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)