ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ୟୁନିଟ-୧ ହାଟ ପରିବା ବ୍ୟବସାୟୀ ସଂଘ ମଧ୍ୟରେ ଗଣ୍ଡଗୋଳ ମାମଲାରେ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି। ସଭାପତି ପଦବି ପାଇଁ କିଛି ଦିନ ପୂର୍ବରୁ ହୋଇଥିବା ଗଣ୍ଡଗୋଳର ଖବର ପ୍ରକାଶ ନେଇ ଆଜି ଅପରାହ୍ଣରେ ଜଣେ ସାମ୍ବାଦିକଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।
ଖବର ଲେଖିଥିଲେ ସାମ୍ବାଦିକ
ସୂଚନା ଅନୁସାରେ ଭୁବନେଶ୍ବର ୟୁନିଟ୍-୧ ହାଟର ସଭାପତି ପଦବି ନେଇ କିଛି ଦିନ ପୂର୍ବରୁ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ନେଇ ସାମ୍ବାଦିକ ଜଣକ ପରିବା ବ୍ୟବସାୟୀ ସଂଘ ଉପରେ ଖବର ଲେଖିଥିଲେ। ଏହି ଖବରକୁ ନେଇ ପରିବା ବ୍ୟବାସୟୀମାନେ ସଂପୃକ୍ତ ସାମ୍ବାଦିକଙ୍କ ଉପରେ ଆକ୍ରୋଶ ରଖିଥିଲେ। ଆଜି ଅପରାହ୍ଣରେ ଅଗ୍ନିକାଣ୍ଡ ଘଟଣା ଘଟିବା ପରେ ପୂର୍ବରୁ ଗଣ୍ଡଗୋଳ ସଂପର୍କିତ ଖବର ଲେଖିଥିବା ସାମ୍ବାଦିକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ। ତାଙ୍କୁ ଦେଖି ଉତ୍ତେଜିତ ଲୋକେ ଅତର୍କିତ ଆକ୍ରମଣ କରିଥିଲେ।
ଆହୁରି ପଢ଼ନ୍ତୁ: Fire In Bhubaneswar Market: ଭୁବନେଶ୍ବର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ, ନିଆଁ ଗିଳିଦେଲା ୪୦ ଦୋକାନ
ଗଣ୍ଡଗୋଳ ସମାଧାନ କଲା ପୁଲିସ
ଅଗ୍ନିକାଣ୍ଡ ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ ଗଣ୍ଡଗୋଳ ଏବଂ ସାମ୍ବାଦିକଙ୍କୁ ମାଡ଼ ମରାଯିବା ନେଇ ବାରଣ କରିଛି। ଉତ୍ତେଜିତ ଲୋକଙ୍କୁ ପୁଲିସ ବୁଝାସୁଝା କରିଛି। ରିପୋର୍ଟ ଲେଖାଯିବା ବେଳକୁ ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
ଆହୁରି ପଢ଼ନ୍ତୁ: Massive Fire Control: ୩୦ ମିନିଟ୍ ଭିତରେ ଆୟତ୍ତ ହେଲା ଭୁବନେଶ୍ବର ୧ ନଂ ହାଟର ନିଆଁ, ଏବେବି କୁହୁଳୁଛି ଧୂଆଁ…
ଜଳିଗଲା ୪୦ ଦୋକାନ
ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରର ସବୁଠାରୁ ବଡ଼ ହାଟ ‘ୟୁନିଟ୍-୧ରେ ଆଜି ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା। କୌଣସି ଏକ ତେଜରାତି ଦୋକାନରୁ ଆରମ୍ଭ ହୋଇଥିବା ନିଆଁ ପ୍ରାୟ ୪୦ଟି ଦୋକାନକୁ ଧ୍ବଂସ କରିଦେଇଛି। ଫଳରେ ବ୍ୟବସାୟୀମାନଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ ହୋଇଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଭୁବନେଶ୍ବର ୟୁନିଟ-୧ ହାଟରେ ଥିବା ତେରାଜତି ଦୋକାନଗୁଡ଼ିକରେ ଅପରାହ୍ଣ ପ୍ରାୟ ୨ଟା ୪୦ରେ ଅଗ୍ନିକାଣ୍ଡ ଘଟିଥିଲା। ସୂଚନା ମିଳିବା ପରେ ତୁରନ୍ତ ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଅଗ୍ନିଶମ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା। ନିଆଁ ଲିଭାଇବାକୁ ଶତାଧିକ କର୍ମଚାରୀ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଝାଳବୁହା ପରିଶ୍ରମ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/22/journalist-attack-2025-10-22-17-10-19.jpg)