ଭୁବନେଶ୍ୱର : ସାମ୍ବାଦିକମାନେ ସବୁବେଳେ ପ୍ରତିକୂଳ ପରିସ୍ଥିତିରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ମାତ୍ର ସେମାନେ ଉପଯୁକ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଆସୁଛନ୍ତି। ସେମାନଙ୍କ ନ୍ୟାଯ୍ୟ ଦାବି ବିଧାନସଭାରେ ଉତ୍ଥାପନ କରିବେ ବୋଲି ପୂର୍ବତନ ମନ୍ତ୍ରୀ ତଥା ଜୟଦେବ ବିଧାୟକ ଅରବିନ୍ଦ ଢାଲି ପ୍ରକାଶ କରିଛନ୍ତି। ଭୁବନେଶ୍ୱର ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଢାଲି ଏହା କହିଛନ୍ତି। ଭୁବନେଶ୍ୱର ସାମ୍ବାଦିକ ସଂଘ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର ଅତୀତରେ ସଂଘ ଉତ୍ଥାପନ କରିଥିବା ଅବସରକାଳୀନ ଭତ୍ତା, ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି, ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ବିଧାୟକଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏ ନେଇ ବିଧାନସଭାରେ ପ୍ରଶ୍ନ ଉତ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସାମ୍ବାଦିକ ସଂଘ ପକ୍ଷରୁ ତିନି ବିଧାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘ ସାଧାରଣ ସମ୍ପାଦକ ଲିଙ୍ଗରାଜ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଉତ୍କଳ ସାମ୍ବାଦିକ ସଂଘର ଶୃଙ୍ଖଳା କମିଟି ଅଧ୍ୟକ୍ଷ ଭାବେ ଭଦ୍ରକ ଜିଲା ସଭାପତି ରବିନାରାୟଣ ଖିଲାରଙ୍କୁ ମନୋନୀତ କରାଯାଇଥିଲା। ଉତ୍ସବରେ ଯୋଗ ଦେଇଥିବା ୩୦ଟି ଜିଲାର ସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ଉପସଭାପତି ନୃସିଂହ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନା, ଚିତ୍ତ ମହାପାତ୍ର, ଡ. ଅସିତ୍ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବକୁ ରାଜେନ ଚୌଧୁରୀ, ଭରତ ବେହେରା, ଟୁଲୁ ପାତ୍ର, ବିଜୟ ଖୁଣ୍ଟିଆ ପ୍ରମୁଖ ପରିଚାଳନା କରିଥିଲେ।
ସାମ୍ବାଦିକଙ୍କ ଦାବି ବିଧାନସଭାରେ ଉତ୍ଥାପନ ହେବ
ଭୁବନେଶ୍ୱର ସାମ୍ବାଦିକ ସଂଘର ବାର୍ଷିକୋତ୍ସବ
/sambad/media/post_attachments/wp-content/uploads/2019/06/jouernalist.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)