ସାମ୍ବାଦିକ ବି ବାଦ୍ ପଡ଼ିଲେନି, କ୍ରେଡିଟ୍ କାର୍ଡ ଅପଡେଟ୍ ନାଁରେ ୨୭ହଜାର ଠକିନେଲା ସାଇବର୍‌ ଠକ

ଭୁବନେଶ୍ବର: ସାଇବର ଠକଙ୍କ ନିଶାଣରୁ ଶେଷରେ ସାମ୍ବାଦିକ ବି ବାଦ୍ ପଡ଼ି ନାହାନ୍ତି। ପୁଲିସ, ଡାକ୍ତର, ପ୍ରଶାସନିକ ଅଧିକାରୀ ପରେ ଏବେ ଜଣେ ସାମ୍ବାଦିକ ସାଇବର ଠକେଇର ଶିକାର ହୋଇଛନ୍ତି। କ୍ରେଡିଟ୍ କାର୍ଡ ଅପଡେଟ୍ କରାଇବା ନାଁରେ ସାଇବର ଠକ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କଠାରୁ ପ୍ରାୟ ୨୭ ହଜାର ଟଙ୍କା ଠକି ନେଇଛି। ଏନେଇ ସାମ୍ବାଦିକଜଣକ ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୯ ତାରିଖରେ ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଦୁର୍ବୃତ୍ତଜଣଙ୍କ ତାଙ୍କୁ ବ୍ୟାଙ୍କ୍ କର୍ମଚାରୀ ପରିଚୟ ଦେଇ ତାଙ୍କ ଏସ୍‌ବିଏମ୍ ସ୍ଲାଇସ୍ କାର୍ଡ ବନ୍ଦ ହୋଇଯିବ ବୋଲି କହିଥିଲା। ଅପଡେଟ୍ ନ କଲେ ଆକାଉଣ୍ଟ୍ ବ୍ଲକ୍ ହୋଇଯିବ କହି ଦ୍ବନ୍ଦ୍ବ ସୃଷ୍ଟି କରିଥିଲା। ଏହା ପରେ ଲିଙ୍କ୍ ପଠାଇ ଆକାଉଣ୍ଟ ଅପଡେଟ୍ କରିବାକୁ କହିଥିଲା। ଦୁର୍ବୃତ୍ତଙ୍କ ନିର୍ଦ୍ଦେଶକ୍ରମେ ସାମ୍ବାଦିକଜଣଙ୍କ ଉକ୍ତ ଲିଙ୍କ୍‌ରେ କ୍ଲିକ୍ କରିବା ପରେ ତାଙ୍କ ଆକାଉଣ୍ଟରୁ ପ୍ରାୟ ୨୭ ହଜାର ଟଙ୍କା ଉଡ଼ି ଯାଇଥିବା ଜଣାପଡ଼ିଛି। ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିବା ପରେ ସାଇବର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର