ଭୁବନେଶ୍ୱର: ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ କବି ରମାକାନ୍ତ ରଥ ସମାରୋହକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ କଥାକାର ବନଜା ଦେବୀ ଓ ସମ୍ମାନିତ ବକ୍ତା ଭାବେ ଡ. ମିହିର କୁମାର ସାହୁ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମନୋରମା ବିଶ୍ୱାଳ ମହାପାତ୍ରଙ୍କୁ ‘ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନ’, ଅରୁନ୍ଧତୀ ଦେବୀଙ୍କୁ ‘ଯୁଗଶ୍ରୀ ଯୁଗନାରୀ ସମାଜସେବା ସମ୍ମାନ’, ବୀଣା ପଟ୍ଟନାୟକଙ୍କୁ ‘ଯୁଗଶ୍ରୀ ଯୁଗନାରୀ ଶ୍ରେଷ୍ଠ ସମ୍ପାଦିକା ସମ୍ମାନ’, ପୁଷ୍ପଲତା ଶତପଥୀଙ୍କୁ ‘ଶିକ୍ଷାକ୍ଷେତ୍ରରେ ଉତ୍କର୍ଷ ସମ୍ମାନ’ ପ୍ରଦାନ କରାଯାଇଥିଲା। ଅତିଥିମାନଙ୍କ ଦ୍ୱାରା କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ପୁସ୍ତକ ‘ମିଠା ନଈର ସୁଅ’, ‘ଅଲିଖିତ ଅନଲିପି’, ‘ଅଦିନ ମେଘ’ର ତୃତୀୟ ସଂସ୍କରଣ, ସ୍ମୃତି ଦାସଙ୍କ ଗଳ୍ପ ପୁସ୍ତକ ‘ଭକ୍ତି’, ମେଜର ଡ. କୁମୁଦିନୀ ବରାଇଙ୍କ ଅନୁବାଦ ପୁସ୍ତକ ‘ସମ୍ରାଟ ଅଶୋକ’, ଇନ୍ଦିରା ପଟ୍ଟନାୟକଙ୍କ ପୁସ୍ତକ ‘ଇପ୍ସିତ’ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସୁଶ୍ରୀ ଦୀପ୍ତି ଦାସ ସଂଯୋଜନା କରିଥିଲେ। ଅନୁଷ୍ଠାନର ସମ୍ପାଦିକା ମମତା ମହାପାତ୍ର ସଭାପତିତ୍ୱ କରିଥିଲେ। ସହ ସମ୍ପାଦିକା ପ୍ରଭାବତୀ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅଶୋକ ପାଲିତ ଧନ୍ୟବାଦ ଅର୍ପଣ କରିଥିଲେ।
ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ
ମନୋରମା ବିଶ୍ୱାଳ ମହାପାତ୍ରଙ୍କୁ ‘ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନ’
/sambad/media/post_attachments/wp-content/uploads/2018/02/asit-jugashree-juganari.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)