ସୋସିଆଲ୍‌ ମିଡିଆରେ ବୁଲିଲା ଜମ୍ପ୍‌ ଭୁବନେଶ୍ବର ଚ୍ୟାଲେଞ୍ଜ୍‌

ଭୁବନେଶ୍ବର : ସୋସିଆଲ୍‌ ମିଡିଆରେ ଜମ୍ପ୍‌ ଫର୍‌ ଭୁବନେଶ୍ବର ଚ୍ୟାଲେଞ୍ଜ୍‌ର ସୁଅ ଛୁଟିଛି। ହକି ବିଶ୍ବକପ୍‌ ଅବସରରେ କଳାକୃତି ସହରର ଚିତ୍ର ବଦଳାଇ ଦେଇଥିବା ବେଳେ ଏହାକୁ ବିଶ୍ବ ଦୃଶ୍ୟପଟ୍ଟରେ ଉପସ୍ଥାପନ କରିବା ପାଇଁ ଆରମ୍ଭ ହୋଇଥିବା ଚ୍ୟାଲେଞ୍ଜ୍‌କୁ ଆପଣାଇଛନ୍ତି ଯୁବବର୍ଗ। ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ଭୁବନେଶ୍ବରର ସୌନ୍ଦର୍ଯ୍ୟ ସହ ଅନେକ ଫଟୋ ପୋଷ୍ଟ୍‌ ହୋଇ ଏବେ ଭୁବନେଶ୍ବରର ସହରର ସୌନ୍ଦର୍ଯ୍ୟ ପୂରା ବିଶ୍ବକୁ ବ୍ୟାପିଛି। କଳାକୃତି ନିକଟରେ ଡେଇଁବା ସହ ଫଟୋ ଉଠାଇ ସେଥିରେ କ୍ୟାପ୍‌ସନ ଦେଇ ଅନେକ ପୋଷ୍ଟ୍‌ କରି ୨ ଜଣଙ୍କୁ ଏହି ଚ୍ୟାଲେଞ୍ଜ୍ ଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି। ଏହି ଅବସରରେ ଆଜି ଶିଶୁ ଭବନ ଛକରେ ଏହି ଚ୍ୟାଲେଞ୍ଜ୍‌ରେ ଅଂଶୀଦାର ହେବାକୁ ଭିଡ଼ ଜମିଥିଲା।

ସମ୍ବନ୍ଧିତ ଖବର