ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ‘ଜମ୍ପ୍ ଇନ୍‌ଟୁ ସମର ଫନ୍’

ଭୁବନେଶ୍ବର: ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସମର କ୍ୟାମ୍ପ୍ ‘ଜମ୍ପ୍ ଇନ୍‌ଟୁ ସମର ଫନ୍’ ଉଦ୍‌ଯାପିତ ହୋଇଛି। ଦୀର୍ଘ ଏକ ମ‌ାସ ଧରି ଚାଲିଥିବ‌ା ଏହି ସମର କ୍ୟାମ୍ପରେ ବିଦ୍ୟାଳୟର ନର୍ସରି ଠାରୁ ଦଶମ ଶ୍ରେଣୀ ପିଲାମାନେ ଭାଗ ନେଇଥିଲେ। ଏଥିରେ ଆର୍ଟ ଆଣ୍ଡ କ୍ରାଫ୍ଟ, ଫ୍ୟାନ୍ସି ଡ୍ରେସ୍, ସନ୍ତରଣ, ଫାୟାରଲେସ କୁକିଙ୍ଗ୍, ଲିପନୱାର୍କ, ଜୁଏଲାରି ମେକିଙ୍ଗ୍, ଆକ୍ବା-ସେପିଙ୍ଗ୍ ଫ୍ୟାସନ ସୋ, କ୍ଲେ-ମଡ୍‌ଲିଙ୍ଗ, ପେଣ୍ଟିଂ, ଫଟୋଗ୍ରାଫି, ଷ୍ଟାଣ୍ଡିଂ କମେଡି, ଖେଳ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ କଳାକୃତିକୁ ଆର୍ଟ ଗ୍ୟାଲେରିରେ ଅଭିଭାବକ ତଥା ସାଧାରଣ ଲୋକଙ୍କ ପାଇଁ ପ୍ରଦର୍ଶିତ ହୋଇଥିଲା।

ଏହା ସହିତ ପିଲାମାନଙ୍କ ଦ୍ବାରା ନୃତ୍ୟ, ଗୀତ, ନାଟକ, ଯୋଗ, କରାଟେ, ଫ୍ୟାସନ ସୋ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ନିର୍ଦ୍ଦେଶକ ଚନ୍ଦ୍ରଶେଖର ପତି, ପରିଚାଳକ ବସନ୍ତ କୁମାର ତ୍ରିପାଠୀ, ଅଧ୍ୟକ୍ଷ ଜି. ରାମା କିଶୋର, ଟ୍ରଷ୍ଟି କେ.କେ. ଦେବୀ, ଉପାଧ୍ୟକ୍ଷ ବିଜୟ କୁମାର ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷୟିତ୍ରୀ ସୋନାଲୀ ସିଂ ଓ ମିନତି ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର