ଜୁନାଗଡ଼ରେ ଏଏନ୍‌ଏମ୍‌ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଆର୍ଥିକ ସହାୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ବର: ଜାନୁଗଡ଼ରେ ଜଣେ ଏଏନ୍‌ଏମ୍‌ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ତୀବ୍ର ନିନ୍ଦା କରିଛି ସମାଜବାଦୀ ପାର୍ଟି। ଏ ନେଇ ସଭାପତି ରବି ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏସ୍‌ଆଇଟି ଗଠନ କରି ମାମଲାର ତଦନ୍ତ କରିବା ସହ ରେଡ୍‌ ଫ୍ଲାଗ୍‌ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି। ତା’ ସହ ମାମଲାକୁ ଫାଷ୍ଟଟ୍ରାକ୍‌ କୋର୍ଟରେ ବିଚାର କରି ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦାବି କରିଛନ୍ତି। ତୁରନ୍ତ ଏହି ବ୍ୟବସ୍ଥା ନ ହେଲେ ଆଗକୁ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଗତ ୧୪ ତାରିଖରେ ଏହି ଅଘଟଣ ଘଟିଛି। ଡ୍ୟୁଟିରୁ ଫେରିବା ବେଳେ ବସ୍‌ ନ ମିଳିବାରୁ ପରିଚିତ ଲୋକଙ୍କ ସହ କାର୍‌ଯୋଗେ ଆସୁଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥରେ କେତେଜଣ ମାରଣାସ୍ତ୍ର ଦେଖାଇ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି। ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି।

ସମ୍ବନ୍ଧିତ ଖବର