ନନ୍ଦନକାନନ ପରିସରରେ ପଶିଲେ ବଣୁଆ ହାତୀ, ଗଛଡାଳ ଭାଙ୍ଗି କାରୁଛନ୍ତି ଛାର୍‌ଖାର୍‌

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପରିସରରେ ସୋମବାର ସନ୍ଧ୍ୟାରେ ବଣୁଆ ହାତୀ ପଶିଥିବା ଖବର ମିଳିଛି। ଏହି ବଣୁଆ ହାତୀ ପଲ ପଶି ନନ୍ଦନକାନନ ପରିସରରେ ଥିବା ଗଛଡାଳ ପତ୍ର ଭାଙ୍ଗି ଛାରଖାର କରି ଦେଇଛନ୍ତି। ପାଖାପାଖି ୪ଟି ବଣୁଆ ହାତୀ ପଶି ଥିବା ଖବର ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ିଛି। ଆଜି ସୋମବାର, ତେଣୁ ନନ୍ଦନକାନନ ବନ୍ଦ ରହିଛି। ତେଣୁ କାହାରିକୁ ଭିତରକୁ ଯିବାକୁ ପରାମର୍ଶ ମିଳୁ ନାହିଁ। ୪ଟି ବଣୁଆ ହାତୀ ପଛପାଖ ୧୦ ନମ୍ବର ଗେଟ ନିକଟରେ ଥିବା କଦଳୀ ଗଛଗୁଡ଼ିକ ଭାଙ୍ଗି ଫିଙ୍ଗି ଛାରଖାର କରି ଚାଲିଛନ୍ତି।

ସମ୍ବନ୍ଧିତ ଖବର