ଭୁବନେଶ୍ବର : ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ୍-୪ ତଥା ପୋକ୍ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ମୀନାକ୍ଷୀ ଦାସ ଆଜି ଟାଙ୍ଗି ଥାନା ଅଞ୍ଚଳର ଆନନ୍ଦ ରାଉତ(୬୪)କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୧ବର୍ଷ ଜେଲଦଣ୍ଡ ଭୋଗିବାକୁ କୋର୍ଟ ରାୟ ଦେଇଛନ୍ତି।
ସୂଚନା ମୁତାବକ, ୨୦୧୭ ମସିହାରେ ଆନନ୍ଦ ସ୍ଥାନୀୟ ଅଞ୍ଚଳର ୮ବର୍ଷୀୟ ଜଣେ ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା। ଏ ସଂପର୍କରେ ଜଣାପଡ଼ିବା ପରେ ପରିବାରଲୋକ ଟାଙ୍ଗି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆନନ୍ଦକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପୋକ୍ସୋ ଅଦାଲତରେ ଏହି ମାମଲା ବିଚାରାଧୀନ ଥିବା ବେଳେ ସରକାରଙ୍କ ପକ୍ଷରୁ ୧୦ଜଣ ସାକ୍ଷ୍ୟ, ୬୪ଦସ୍ତାବିଜ୍ ଉପସ୍ଥାପନ କରାଯାଇଥିଲା। ସେହିପରି ମୁଦାଲା ପକ୍ଷରୁ ୩ଜଣ ସାକ୍ଷ୍ୟ ରଖିଥିଲେ। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଆଜି ବିଚାରପତି ଶ୍ରୀମତୀ ଦାସ ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁବ୍ରତ ପ୍ରିୟଦର୍ଶୀ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/jail-1.jpg)