ନାବାଳକର ଉନ୍ମତ୍ତକାଣ୍ଡ: ଝିଅକୁ ଅସଦାଚରଣ କଲା, ବାପାର ମୁହଁ ଫଟାଇଲା

ଭୁବନେଶ୍ବର: ଘରେ କେହି ନ ଥିବାବେଳେ ଝିଅକୁ ଅସଦାଚରଣ କଲା। ପରେ ନାବାଳିକାର ବାପା ପଚାରିବାରୁ ନାବାଳକ ଅଭିଯୁକ୍ତ ମୁଥ ମାରି ମୁହଁ ଫଟାଇଦେଲା। ଲକ୍ଷ୍ମୀସାଗର ହଳଦୀପଡ଼ିଆ ବସ୍ତିରେ ଏଭଳି ଉନ୍ମତ୍ତକାଣ୍ଡ ଘଟାଇଥିବା ନାବାଳକକୁ ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ଧରି ଜୁଭେନାଇଲ୍‌ ଜଷ୍ଟିସ୍ ବୋର୍ଡରେ ହାଜର କରାଇବା ସହ ବ୍ରହ୍ମପୁର ବାଳସୁଧାର ଗୃହକୁ ପଠାଇଛି।

ସୂଚନାନୁସାରେ ଅଭିଯୁକ୍ତ ନାବାଳକ ଜଣକ ତା’ର ପଡ଼ୋଶୀ ଜଣେ ନାବାଳିକାକୁ ଏକପାଖିଆ ଭଲ ପାଉଥିଲା। ବହୁ ଦିନ ଧରି ତା’କୁ ପିଛା କରୁଥିଲା। ଗତକାଲି ନାବାଳିକାଟି ଘରେ ଏକୁଟିଆ ଥିବା ମଉକାରେ ଅଭିଯୁକ୍ତ ନାବାଳକ ଜେର୍‌ କରି ତାଙ୍କ ଘରେ ପଶିଥିଲା। ଧମକ ଦେଇ ନାବାଳିକାକୁ ଅସଦାଚରଣ କରିଥିଲା। ସନ୍ଧ୍ୟାରେ ବାପା କାମରୁ ଘରକୁ ଫେରିବା ପରେ ଝିଅଟି କାନ୍ଦି କାନ୍ଦି ତାଙ୍କ ଆଗରେ ସବୁ କଥା କହିଲା। ନାବାଳିକାର ବାପା ଘଟଣା ସମ୍ପର୍କରେ ପଚାରିବାରୁ ଅଭିଯୁକ୍ତ ନାବାଳକ ଅତର୍କିତଭାବେ ତାଙ୍କୁ ଆକ୍ରମଣ କରିଥିଲା। ମୁଥ ମାଡ଼ରେ ନାବାଳିକା ବାପାଙ୍କ ମୁହଁ ଫାଟି ଯାଇଥିଲା। ଏ ନେଇ ସେ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ନାବାଳକକୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର