ବାଲିଅନ୍ତା : ବାପା ମୋବାଇଲ୍ ନ ଦେବାରୁ ଜଣେ ନାବାଳିକା ସାଇଫନ୍କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଆଜି ସକାଳେ ବାଳକାଟି ଫାଣ୍ଡି ଅଧୀନ ଭାର୍ଗବୀ ନଦୀର ସାଇଫନ୍ ଛକ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ନାବାଳିକାଜଣଙ୍କ ପାଣିକୁ ଡେଇଁବା ଦେଖି ସେଠାରେ ଉପସ୍ଥିତ କିଛି ଲୋକ ତତ୍କ୍ଷଣାତ୍ ପାଣିକୁ ଡେଇଁ ତାକୁ ଉଦ୍ଧାର କରି ପୁଲିସ୍ ଜିମା ଦେଇଥିଲେ। ପୁଲିସ୍ ନାବାଳିକକୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇବା ପରେ ତା’ ବାପା ମା’ଙ୍କୁ ହସ୍ତାନ୍ତର କରିଛି।
ବାପା ମୋବାଇଲ ଦେଲେନି ବୋଲି ସାଇଫନ୍କୁ ଡେଇଁ ପଡ଼ିଲା ନାବାଳିକା
/sambad/media/post_attachments/wp-content/uploads/2021/02/syphone.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)