ମୋବାଇଲ୍‌ ନଦେବାରୁ ନାବାଳକଙ୍କ ଆତ୍ମହତ୍ୟା

ଜଟଣୀ: ଜଟଣୀ ଥାନା ଅନ୍ତର୍ଗତ ରେଳପଥ ଟ୍ରାଫିକ୍‌ କଲୋନି ତିରୁପତି ମନ୍ଦିର ନିକଟରେ ରହୁଥିବା ଟି.ଶ୍ରୀନିବାସ ରାଓଙ୍କ ପୁଅ ହେମନ୍ତ କୁମାର(୧୬)ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୋବାଇଲ୍‌ କିଣିବା ପାଇଁ ଘରେ ଟଙ୍କା ନ ଦେବାରୁ ସେ ଏପରି ଚରମ ନି‌ଷ୍ପତ୍ତି ନେଇଥିବା କୁହାଯାଉଛି। ପୁଲିସ୍ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେମନ୍ତଙ୍କ ଅନ୍ୟ ସାଙ୍ଗମାନଙ୍କର ମୋବାଇଲ୍‌ ଥିବାରୁ ସେ ଗୋଟିଏ ମୋବାଇଲ୍‌ କିଣିବା ପାଇଁ ମା’ଙ୍କୁ ଟଙ୍କା ମାଗିଥିଲେ। ମାତ୍ର ମା’ ମନା କରିଦେବାରୁ ବିଳମ୍ବିତ ରାତିରେ ହେମନ୍ତ ନିଜ ଶୋଇବା ଘରେ ବେକରେ ଫାଶୀ ଲଗାଇ ଝୁଲି ପଡ଼ିଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ମଧ୍ୟ ସେତେବେଳକୁ ଡେରି ହୋଇଯାଇଥିଲା। ଡାକ୍ତର ସେଠାରେ ହେମନ୍ତଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର