ଶ୍ବଶୁରଙ୍କୁ ମାଡ଼ ମାରି ଜ୍ବାଇଁ ଗିରଫ

ଭୁବନେଶ୍ବର : ଶ୍ବଶୁର ଓ ଶାଳୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜ୍ବାଇଁକୁ ଗିରଫ କରିଛି। ସେ ‌ହେଲା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଶିବ ପ୍ରସାଦ ବେହେରା(୨୯)। ପୁଲିସ ସୂଚନା ମୁତାବକ, ପାରିବାରିକ କଳହକୁ କେନ୍ଦ୍ର କରି ଶ୍ବଶୁର ଘର ସହ ଶିବର ବିବାଦ ଲାଗି ରହିଥିଲା। ଶନିବାର ଶିବ ୟୁନିଟ୍-୯ ଫ୍ଲାଟ ଅଞ୍ଚଳରେ ଥିବା ଶ୍ବଶୁର ଘରକୁ ଆସି ଅଶ୍ଳୀଳ ଭାଷାରେ ଗଳିଗୁଲଜ କରିଥିଲା। ଶ୍ବଶୁର ଏହାର ପ୍ରତିବାଦ କରିଥିଲେ। ଏଥିରେ ଶିବ ରାଗିଯାଇ ଶ୍ବଶୁର ଓ ଶାଳୀଙ୍କୁ ମାଡ଼ ମାରିଥିଲା। ଏନେଇ ତାଙ୍କ ସଡ଼ୁ ଶିବଶକ୍ତି ପ୍ରସାଦ ସିଂହସାମନ୍ତ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ଶିବକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର