ଓଡ଼ିଶାରୁ ଯୋଗଦେଲେ ଗାୟତ୍ରୀବାଳା

କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର ଓ କବୟିତ୍ରୀ ସମ୍ମିଳନୀ

ଭୁବନେଶ୍ୱର : ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଦିଲ୍ଲୀସ୍ଥିତ ଏହାର ପ୍ରେକ୍ଷାଳୟ ପରିସରରେ ଏକ ଆଲୋଚନାଚକ୍ର ଓ କବୟିତ୍ରୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ଅବସରରେ ‘ଆଜି ଦିନରେ ମହିଳାଙ୍କ ସ୍ୱାଧୀନତାରେ ଉପୁଜୁଥିବା ସମସ୍ୟା’ ଶୀର୍ଷକ ଆଲୋଚନାଚକ୍ରରେ ଜଣାଶୁଣା କବି ଓ ସ୍ତମ୍ଭକାର ଡ. ଗାୟତ୍ରୀବାଳା ପଣ୍ଡା ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ହିନ୍ଦୀ ଲେଖକ ନାଜେରା ଶର୍ମା ଆଲୋଚନାଚକ୍ରକୁ ଉଦ୍‌ଘାଟନ କରିଥିଲେ। ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ୧୦ଜଣ ବକ୍ତା ଯୋଗ ଦେଇ ନିଜ ମତ ଉପସ୍ଥାପନ କରିଥିଲେ। ଏହାପରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ୧୫ଜଣ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। କନ୍ନଡ଼ ସାହିତ୍ୟିକ କ୍ରିଷ୍ଣା ମାନାବଳୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ସାହିତ୍ୟ ଅକାଦେମି ସଚିବ ଶ୍ରୀନିବାସ ରାଓ ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ ଉପସଚିବ ରେଣୁ ମୋହନ ଭାନ୍‌ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର