କବିତା ସଂକଳନ ‘ଭକ୍ତି ଅର୍ଘ୍ୟ’ ଉନ୍ମୋଚିତ

ଭୁବନେଶ୍ୱର : କବୟିତ୍ରୀ ତଥା ଗାଳ୍ପିକା ତରଙ୍ଗବାଳା ଆଚାର୍ଯ୍ୟଙ୍କ କବିତା ସଂକଳନ ‘ଭକ୍ତି ଅର୍ଘ୍ୟ’ କଟକ ଶ୍ରୀରାମଚନ୍ଦ୍ର ଭବନଠାରେ ଉନ୍ମୋଚିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡ. କୃପାସିନ୍ଧୁ ପଣ୍ଡା, ମୁଖ୍ୟବକ୍ତା ଭାବେ ଡ. ବୈଜୟନ୍ତୀ ମିଶ୍ର ଓ ବ୍ରହ୍ମପୁର ମେଡିକାଲ୍‌ କଲେଜର ସ୍ତ୍ରୀ ରୋଗ ଓ ପ୍ରସୂତି ବଭାଗର ଚିକିତ୍ସକ ଡା. ସନ୍ଧ୍ୟାରାଣୀ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇ ପୁସ୍ତକଟି ଉନ୍ମୋଚିତ କରିଥିଲେ। ପଦ୍ମାବତୀ ଏବଂ ଜାତୟୀସ୍ତରରେ ଦିଲ୍ଲୀଠାରେ ଡ. ଆମ୍ବେଦକର ସମ୍ମାନରେ ସମ୍ମାନୀତ ଶ୍ରୀମତୀ ଆଚାର୍ଯ୍ୟ ଅନେକ ପ୍ରବନ୍ଧ, ଗଳ୍ପ, ଶିଶୁ ସାହିତ୍ୟ ଏବଂ କବିତା ପାଇଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଉତ୍ସବରେ କବୟିତ୍ରୀ ଚିନ୍ମୟୀ ମିଶ୍ରଙ୍କ କବିତା ସଂକଳନ ‘ଭକ୍ତି ଗୀତିମାଳା’ ମଧ୍ୟ ଉନ୍ମୋଚିତ ହୋଇଥିଲା। ବରିଷ୍ଠ ସାହିତ୍ୟିକ ନଦିଆ ବିହାରୀ ମହାନ୍ତିଙ୍କୁ ‘ଫକୀରମୋହନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର