କାବ୍ୟାଲୋକର ପୁସ୍ତକ ଲୋକାର୍ପଣ ଓ ସୃଜନ ସ୍ବପ୍ନ ସମ୍ମାନ ସମାରୋହ

ଭୁବନେଶ୍ବର : କଳିଙ୍ଗ ପୁସ୍ତକ ମେଳା ରୌପ୍ୟଜୟନ୍ତୀ ମଞ୍ଚରେ ପ୍ରକାଶନୀ ସଂସ୍ଥା ‘କାବ୍ୟା‌‌ଲୋକ’ ତରଫରୁ କବିତା ପାଠୋତ୍ସବ, ପୁସ୍ତକ ଲୋକାର୍ପଣ, ସମ୍ବର୍ଦ୍ଧନା ପ୍ରଦାନ ଓ ‘ଆମ ସାହିତ୍ୟରେ ଶିଶୁଗଳ୍ପ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଗାଳ୍ପିକ ଦେଶବନ୍ଧୁ ସ୍ବାଇଁଙ୍କ ସଭାପତିତ୍ବ‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଦାଶ ବେନହୁର ମୁଖ୍ୟ ଅତିଥି, ଡ. ପ୍ରେମାନନ୍ଦ ମହାପାତ୍ର ସମ୍ମାନିତ ଅତିଥି, ଲେଖକ ତଥା ପ୍ରଶାସକ ରତ୍ନାକର ରାଉତ, ପ୍ରଫେସର୍‌ ପ୍ରସନ୍ନ କୁମାର ନାୟକ ଓ ଲେଖିକା ମାଧୁରୀ ଅଧିକାରୀ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ୧୩ଟି ପୁସ୍ତକ ଲୋକାର୍ପିତ ହୋଇଥିଲା। ଲେଖକ ବିରଞ୍ଚି ନାରାୟଣ ପାଣିଗ୍ରାହୀଙ୍କ ‘କଥାକାହାଣୀରେ ଶ୍ରୀଜଗନ୍ନାଥ’, ଲେଖିକା ମାଧୁରୀ ଅଧିକାରୀଙ୍କ ‘ବିଶ୍ବ ସାହିତ୍ୟକୁ ପରିବର୍ତ୍ତନ କରିଥିବା ଡିଜିଟାଲ ଉଦ୍ଭାବକଙ୍କ ଜୀବନୀ’, ଲେଖକ ନଗେନ୍ଦ୍ର ନାଥ ପଟ୍ଟନାୟକଙ୍କ ବେଙ୍ଗୁଲୀ ନାନୀର ପୋଖରୀ ବୁଲା, ଥୁକୁଲୁ ଥୁକୁଲୁ କୁନି ଠେକୁଆ, କବି ଶଶାଙ୍କ ଶେଖର ସାମଲଙ୍କ ମଧୁକ୍ଷରା ମା’ର ପ୍ରଥମ ଓ ଦ୍ବିତୀୟ ଭାଗ, ଏକାମ୍ରେ ରାସ, ଏକାମ୍ରେ ବର୍ଣ୍ଣବିଭା, କବୀ ସରୋଜିନୀ ମିଶ୍ରଙ୍କ ବାର୍ଦ୍ଧ୍ୟକ୍ୟ ରାସ୍ତା ଓ ଅନ୍ୟାନ୍ୟ କବିତା, କବି ପଦ୍ମଲୋଚନ ସାହୁଙ୍କ ସାଉଁଟା ସ୍ମୃତିର ଫୁଲ, ମିନତି ପଟ୍ଟନାୟକଙ୍କ ଦର୍ମିୟାନା, ଶୁଭନାରାୟଣ ଶତପଥୀଙ୍କ ମନଛୁଆଁ ଶିଶୁ କାହାଣୀ, ସୁଶ୍ରୀୟା ଦାସଙ୍କ ‘ମହାବୀର କର୍ଣ୍ଣ: ଏକ ଅଧ୍ୟୟନ’ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା।

ଏହି ଅବସରରେ ୫ଟି ବିଭାଗରେ ୨୦ଜଣ ବିଶିଷ୍ଟ ସାହିତ୍ୟିକଙ୍କୁ ସୃଜନ ସ୍ବପ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ସେମାନେ ହେଲେ, ପ୍ରବନ୍ଧରେ ନକୁଳ ଚନ୍ଦ୍ର ସାହୁ, ପ୍ରଭାକର ମହାପାତ୍ର, ସୁକାନ୍ତୀ ମହାପାତ୍ର, ନିବେଦିତା ମହାନ୍ତି, ଗଳ୍ପ‌ରେ ଡାକ୍ତର ସୁରେନ୍ଦ୍ର ନାଥ ଦାଶ, ସ୍ନେହଲତା ନାୟକ, ରତ୍ନାକର ରାଉତ, ସୁନୀତା କର, ଜୟଶ୍ରୀ ଦାଶ, ଶଶାଙ୍କ ଶେଖର ସାମଲ, ସରୋଜିନୀ ଜେନା, ଦେବେନ୍ଦ୍ର କୁମାର ବାଉରୀ, ଗୀତି କବିତାରେ ପଦ୍ମ‌ଲୋଚନ ସାହୁ, କବି ହଂସନାଥ ମୁଦୁଲି, ବସନ୍ତ ମିଶ୍ର, ବିପିନ୍‌ ମହାନ୍ତି ଓ ଅନୁବାଦ ସାହିତ୍ୟରେ ଡାକ୍ତର କୃଷ୍ଣରଥ, ଆର୍ଯ୍ୟ କୁମାରୀ ଇରା, ମିନତି ପଟ୍ଟନାୟକ ଓ ଶାରଦା ରଥଙ୍କୁ ସମ୍ମାନିତ କରାଯାଇଥିଲା। ଅପରାହ୍‌ଣରେ ଗୀତିକବି ବିପିନ୍‌ ମହାନ୍ତିଙ୍କ ସଭାପତିତ୍ବରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ମିନତି ଦାଶ ଓ ସରୋଜ କୁମାର ସାମଲ ଯୋଗ ଦେଇଥିଲେ। ପୁଣ୍ୟଦର୍ଶନ ସାହୁ, ଶର୍ମିଷ୍ଠା ମହାପାତ୍ର ଓ ନିରୁପମା କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କବି ଭିକାରୀ ଧଳ ସ୍ବାଗତ ଭାଷଣ ଦେଇଥିବା ବେଳେ ଆଇନଜୀବୀ ଓଁ ସ୍ବାହା ଧଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର