‘କାଦମ୍ବିନୀ’ର ଶାରଦୀୟ ବନ୍ଧୁମିଳନ

ଚନ୍ଦ୍ରଶେଖରପୁର: ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଶାରଦୀୟ ବନ୍ଧୁ ମିଳନ ଉତ୍ସବ କିସ୍ ଶ୍ରୀବାଣୀ‌କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦେଶକ କୃପାସିନ୍ଧୁ ମିଶ୍ର, ଔପନ୍ୟାସିକ ବିଭୂତି ପଟ୍ଟନାୟକ, କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ, ବିଶିଷ୍ଟ କବି ହରପ୍ରସାଦ ଦାସ, ଗୁରୁ ରାମହରି ଦାସ, ‘ସୁବାର୍ତ୍ତା’ର ସଂପାଦକ ପ୍ରଦ୍ୟୁମ୍ନ ଶତପଥୀ, ଗାଳ୍ପିକା ଦୀପ୍ତି ପଟ୍ଟନାୟକ, ଚିରଶ୍ରୀ ଇନ୍ଦ୍ରସିଂ, ପଲ୍ଲିଶ୍ରୀ ପଟ୍ଟନାୟକ, ହରମୋହନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସାହିତ୍ୟ ସମାଜରେ ସମସ୍ତଙ୍କୁ ବାନ୍ଧି ରଖିବାରେ ସାହାଯ୍ୟ କରେ ବୋଲି ମତ ରଖିଥିଲେ। ଏହି ଅବସରରେ ‘କାଦମ୍ବିନୀ’ ଓ ‘କୁନିକଥା’ର ପୂଜା ସଂଖ୍ୟା ଅତିଥିମାନେ ଉନ୍ମୋଚନ କରିଥି‌ଲେ। କିଟ୍, କିସ୍ ଓ କାଦମ୍ବିନୀ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ବାଗତ ଭାଷଣ ଦେଇଥି‌ବା ବେଳେ ‘କାଦମ୍ବିନୀ’ର ସମ୍ପାଦିକା ଡ. ଇତି ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର