‘କାଦମ୍ବିନୀ’ର ସ୍ବନକ୍ଷତ୍ର ଉତ୍ସବ: ସମସ୍ତଙ୍କୁ ସ୍ବୀକାର କରିବା, ପ୍ରେମ କରିବା ଅନ୍ବେଷଣର ଶୀର୍ଷ ସ୍ତର

ଭୁବନେଶ୍ବର: ସମସ୍ତଙ୍କୁ ସ୍ବୀକାର କରିବା ଓ ପ୍ରେମ କରିବା ଅନ୍ବେଷଣର ଶୀର୍ଷ ସ୍ତର। ଏହି ସ୍ତରକୁ ପଥ ଯେତିକି ଆନନ୍ଦମୟ ସେତିକି ଆହ୍ବାନପୂର୍ଣ୍ଣ। ନିଷ୍ଠା, କର୍ମକୁଶଳତା ଓ ଆନ୍ତରିକତା ମାଧ୍ୟମରେ ଏହା ସୁଗମ ‌ହୁଏ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ରାଜଭବନର ଅଭିଷେକ ହଲ୍‌ରେ ଆୟୋଜିତ ମାସିକ ଓଡ଼ିଆ ପତ୍ରିକା ‘କାଦମ୍ବିନୀ’ର ବିଂଶ ସ୍ବନକ୍ଷତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ୍‌ ଯୋଗଦେଇ କହିଲେ, ଓଡ଼ିଶାରେ ଉତ୍କର୍ଷ ହେଉଛି ଏକ ପରମ୍ପରା। କାଦମ୍ବିନୀ ପତ୍ରିକା ଉତ୍କର୍ଷର ଏକ ପ୍ରତୀକ।

ପତ୍ରିକାର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ପତ୍ରିକାର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। କବି ତଥା ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ପତ୍ରିକାର ଲୋକପ୍ରିୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦା ପରିବର୍ତିତ ପରିବେଶ ଓ ପତ୍ରିକା ପାଇଁ ସମୟର ଆବଶ୍ୟକତା ସମ୍ପର୍କରେ କହିଥିଲେ। ସମ୍ପାଦିକା ଇତି ସାମନ୍ତ ‘କାଦମ୍ବିନୀ’ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ‘କାଦମ୍ବିନୀ’ର ବିଶେଷ ସଂଖ୍ୟା, ‘କୁନିକଥା’ର ନୂତନ ସଂଖ୍ୟା, ନୂତନ ୱେବ ପତ୍ରିକା ‘କନ୍ୟା’କୁ ରାଜ୍ୟପାଳ ଲୋକାର୍ପଣ କରିଥିଲେ। ‘କାଦମ୍ବିନୀ’ର ୨୦ବର୍ଷ ପୂର୍ତି ଉପଲକ୍ଷେ ଏକ ଡାକ ଟିକେଟ ଉନ୍ମୋଚିତ ହୋଇଥିଲା। ପତ୍ରିକାର ପ୍ରଚ୍ଛଦ ମଣ୍ଡନ କରିଥିବା ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ସମେତ ଗତବର୍ଷ ପ୍ରଚ୍ଛଦ ମଣ୍ଡନ କରିଥିବା ଚିତ୍ର ତାରକାଙ୍କୁ ସମ୍ବର୍ଧିତ କରାଯାଇଥିଲା। ପତ୍ରିକାର ୨୦ ବର୍ଷର ଯାତ୍ରାକୁ ନେଇ ଏକ ଭିଡିଓ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା।

ସମ୍ବନ୍ଧିତ ଖବର